ଜଙ୍ଗଲରେ ନିଆଁ ଲଗାଇ ଜଣେ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ ରେଞ୍ଜ ଦକ୍ଷିଣ ବନଖଣ୍ଡ ଆମପାଣି ଫରେଷ୍ଟ ସେକ୍ସନ ଅଧିନରେ ଥିବା ସାହଜଖୋଳ ସଂରକ୍ଷିତ ଜଙ୍ଗଲରେ ପୋଡୁ ଚାଷ ନିମନ୍ତେ ନିଆଁ ଲଗେଇ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି ବନ ବିଭାଗ  କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ସାନବାର୍ଲି ଗ୍ରାମର ଗୁରୁବନ୍ଧୁ ମାଝୀ(୫୦) ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ପୋଡୁ ଚାଷ କରିବା ପାଇ ଗୁରୁବନ୍ଧୁ ଗଛ କାଟି ନିଆଁ ଲଗାଉ ଥିଲେ। କୌଣସି ସୂତ୍ରରୁ ଖବର ପାଇ ଆମପାଣି ଫରେଷ୍ଟର ଓ ତାଙ୍କ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁବନ୍ଧୁ ମାଝୀଙ୍କୁ ଗିରଫ କରିଥିଲେ। ଏବଂ ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ ଶୁକ୍ରବାର ଗୁରୁବନ୍ଧୁଙ୍କୁ କୋର୍ଟ ଚାଲାଣ କରିଥିବା ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତ ୩ଦିନ ତଲେ ମୈଦଲପୁର ଥାନା ଅଞ୍ଚଳର ବଡ଼ବାର୍ଲିର ଜଣେ ଯୁବକ ମଧ୍ୟ ପୋଡୁ ଚାଷ ନିମନ୍ତେ ସାହାଜଖୋଳ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗେଇ ବନ ବିଭାଗ ଦ୍ବାରା ଗିରଫ ହୋଇ ଜେଲ ଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.