ଝିଙ୍କିରିଆ ରଣେଷେଣ୍ଢଙ୍କ ପୀଠରେ ଲଉଡ଼ି ଉତ୍ସବ

ଓଡ଼ିଆ ବାର୍ତ୍ତା/ କଟକ: ଝିଙ୍କିରିଆ ଯାଦବ ସମାଜ ପକ୍ଷରୁ ଯୋଗେନ୍ଦ୍ର ବେହେରାଙ୍କ ସ୍ମୃତିରେ ପ୍ରଭୁ ରଣେଷେଣ୍ଢଙ୍କ ପୀଠରେ ପ୍ରଥମ ବାର୍ଷିକ ଲଉଡି ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମ ଯାଦବ ସମାଜ ମହିଳା ମାନେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରି ଲଉଡ଼ି ଗ୍ରୁପକୁ ସ୍ବାଗତ କରିଥିଲେ। ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ଝିଙ୍କିରିଆ‍ ଗ୍ରାମ ଅଧିକାରୀ କିଶୋର ଚନ୍ଦ୍ର ନନ୍ଦ, ମହନ୍ତ ପ୍ରମୋଦ କୁମାର ଦେବତା, ଯୋଗେନ୍ଦ୍ର ଦେବତା, ଯୁବ ସଭାପତି କ୍ଷୀରୋଦ ଚନ୍ଦ୍ର ଦେବତା, ସମ୍ପାଦକ ଚିନ୍ମୟ ଦେବତା, ଦୁଷ୍ମନ୍ତ ନନ୍ଦ, ସୁଜିତ କୁମାର ଦେବତା, ଲକ୍ଷ୍ମୀଧର ସାହୁ, ବାଜ ବେହେରା, ଗଣେଶ୍ୱର ବେହେରା, ସାମ୍ବାଦିକ ଅନିଲ ଦାସ, ଗାୟତ୍ରୀ ଦାସ, କଟକ ଜିଲ୍ଲା ଯାଦବ ଯୁବ ସମ୍ପାଦକ ପ୍ରିତିରଞ୍ଜନ କାଠୁଆ, କଟକ ସଦର ଯାଦବ ସଭାପତି ବିନୋଦ ବେହେରା, ୪୨ମୌଜା ଯାଦବ ସମାଜ ପକ୍ଷରୁ ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା, ହୃଦାନନ୍ଦ ବେହେରା ଓ କିଶୋର ଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଝିଙ୍କିରିଆ, ଖରିପଡିଆ, ବ୍ରହ୍ମପୁର ଶ୍ରୀରାମ, ନହରପଦା ଓ ବିରିବାଟି ଲଉଡି ଗ୍ରୁପ୍ ଅଂଶ ଗ୍ରହଣ କରିଥିଲେ। ମଞ୍ଚରେ ଝିଙ୍କିରିଆ ଗ୍ରାମର ୪୦ ଜଣ ମାନ୍ୟଗଣ୍ୟ ମୁରବୀ, ଉପସ୍ଥିତ ଅତିଥି ଓ ସମସ୍ତ କଳାକାରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଝିଙ୍କିରିଆ ଯାଦବ ସମାଜ ପକ୍ଷରୁ ଗତେଶ୍ୱର ବେହେରା, ଝରେନ୍ଦ୍ର ବେହେରା, ଶରତ ବେହେରା ଓ ହରେକୃଷ୍ଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.