ତୁଜୁଙ୍ଗ ରାମଲୀଳା ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକର ତୁଜୁଙ୍ଗ ଗ୍ରାମରେ ୫୪ତମ ଶ୍ରୀରାମ ଲୀଳା ମହୋତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଲୀଳା ନାଟକଟି ରବିବାର ରଜନୀରେ ଉଦଯାପିତ ହୋଇଛି। ତିନିଦିନ ଧରି ଚାଲିଥିବା ଏହି ନାଟକଟିର ଆଦ୍ୟ ରଜନୀରେ ଆଦ୍ୟ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ, ଦ୍ୱିତୀୟ ରଜନୀରେ ଅରଣ୍ୟ କାଣ୍ଡ ତଥା ଉଦଯାପନୀ ସନ୍ଧ୍ୟାରେ କିସ୍କିନ୍ଧ୍ୟା କାଣ୍ଡ ଏବଂ ସୁନ୍ଦରା କାଣ୍ଡ ଗ୍ରାମର କଳାକାର ମାନଙ୍କ ଦ୍ବାରା ପରିବେଷିତ ହୋଇଥିଲା।କଳାକାର ମାନଙ୍କ ନିପୁଣ ଅଭିନୟକୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଛନ୍ତି। ପ୍ରତିବର୍ଷ ରାମାୟଣର କଥାବସ୍ତୁକୁ ଲୋକଲୋଚନକୁ ଆଣିବା ନିମନ୍ତେ କଳାକାର ମାନଙ୍କ ଏହି ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.