ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତରୁଣ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ+୨ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ଡିନ ଡ଼. ପଦ୍ମଲୋଚନ ବର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ଆଲୋଚନା ଚକ୍ରରେ “ପ୍ରାଚ୍ୟ ଓ ପାଶ୍ଚାତ୍ୟ ସେତୁର ଆଧାର ରାଧାନାଥ ଆମର କବିବର” ଶୀର୍ଷକ ବିଷୟରେ ଛାତ୍ରଛାତ୍ରୀ ଶ୍ୟାମ ସୁନ୍ଦର ହେର୍ଣ୍ଣା, ଧ୍ରୁବରାଜ ରଣା, ସୁଷମା ସାହୁ, ନନ୍ଦିତା ସାହୁ, ସାଗରୀକା ପ୍ରଧାନ, ପ୍ରଫୁଲ୍ଲ ଜାଲ, ତୁଳସୀ ହଂସ, କିଶୋରୀ ପ୍ରିୟଦର୍ଶିନୀ ରଣା, ସବିତା ନାଏକ, ବର୍ଷାରାଣୀ ସାହୁ, ମନୀଷା ହଂସ ପ୍ରମୁଖ ରାଧାନାଥ ବିଷୟକ ନିବନ୍ଧ ରଚନା କରି ଉପସ୍ଥାପନା କରିଥିଲେ। ବିଭାଗୀୟ ଅଧ୍ୟାପିକା ଦେବୀଦତ୍ତା ବେହେରା ଅତିଥି ଆମନ୍ତ୍ରଣ କରିଥିବାବେଳେ ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ଆଲୋଚନା ଚକ୍ରରେ ସମୀକ୍ଷା କରିଥିଲେ। ଅତିଥିଗଣ ରାଧାନାଥଙ୍କ ଜୀବନୀ, ସାହିତ୍ୟ ସାଧନା ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଭାଗର ସମସ୍ତ ଛାତ୍ରୀଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହେଇଥିଲା। ଶେଷରେ ଅଧ୍ୟାପିକା ଦେବିଦତ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।