ବିଜେପିରେ ସାମିଲ ହେଲେ ଧର୍ମଗଡ଼ ଗୌନ୍ତିଆ ଗିରି ପ୍ରସାଦ ନାଏକ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସେତେ ସରଗରମ ହୋଇ ଉଠୁଛି ରାଜ୍ୟ ରାଜନୀତି। ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ଆରମ୍ଭ କରି ଦେଇଛନ୍ତି ସମରସଜ୍ଜା। ଏହାରି ଭିତରେ ସରଗରମ ହୋଇ ଉଠିଛି ଧର୍ମଗଡ଼ର ରାଜନୈତିକ ପାଣିପାଗ। ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଧର୍ମଗଡ଼ରେ ଏଥର ବିଜେପି ସୁଧିର ରଞ୍ଜନ ପଟ୍ଟଜୋଷୀ, ବିଜେଡ଼ି ପୁଷ୍ପେନ୍ଦ୍ର ସିଂଦେଓ ଏବଂ କଂଗ୍ରେସ ରଶ୍ମୀରେଖା ରାଉତଙ୍କୁ ପ୍ରାର୍ଥୀ କରିଛନ୍ତି। ଧର୍ମଗଡ଼ରେ ତ୍ରିମୁଖି ଲଢ଼େଇ ସମ୍ଭାବନା ଥିବାବେଳେ ଦଳ ବଦଳ ମଧ୍ୟ ଲାଗି ରହିଛି। ଏହାରି ଭିତରେ ଧର୍ମଗଡ଼ ଗୌନ୍ତିଆ ଗିରି ପ୍ରସାଦ ନାଏକ ବିଜେପିରେ ସାମିଲ ହେବାପରେ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୋମବାର ଧର୍ମଗଡ଼ ଜଗନ୍ନାଥ ସେବା ସମିତି କାର୍ଯ୍ୟାଳୟ ଠାରେ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ୱରେ ଗୌନ୍ତିଆ ଶ୍ରୀ ନାଏକ ଓ ଶତାଧିକ ଯୁବକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜଣେ ଉତ୍ତମ ସଂଗଠକ ତଥା ଜନପ୍ରୀୟ ବ୍ୟକ୍ତିତ୍ଵ ଧର୍ମଗଡ଼ ଗୌନ୍ତିଆ ଗିରି ପ୍ରସାଦ ନାଏକ ଭାରତୀୟ ଜନତା ପାର୍ଟିରେ ସାମିଲ ହେବାପରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.