ନର୍ଲା ବାର୍ ଏସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ପାଳିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବାର୍ ଏସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ସଭା ଆରମ୍ଭରେ ନର୍ଲା ବାର୍ ଏସୋସିଏସନ୍ ର ସଭାପତି ଚନ୍ଦ୍ର ଶେଖର ଚାନ୍ଦ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜୟନ୍ତୀ ପାଳନର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହା ପରେ ମଧୁବାବୁଙ୍କ ପଟୋ ଚିତ୍ରରେ ମାଲ୍ଯାର୍ପଣ କରି ଦୀପ ପ୍ରଜ୍ଜଳନ କରାଯାଇଥିଲା। ନର୍ଲା ବାର୍ ଆସୋସିଏସନ୍ ର ସଂପାଦକ ଡୋଲେଶ୍ବର ସାହୁ, ସହ ସଂପାଦକ ସଞ୍ଜୟ ଧଙ୍ଗଡା ମାଝି, କୋଷାଧ୍ୟକ୍ଷ ବିଭୂତି ଭୂଷଣ ବହିଦାର, ବରିଷ୍ଠ ଓକିଲ ଗୈାର ହରିଜନ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଆଦର୍ଶ ଜୀବନର ସ୍ମୃତିଚାରଣ କରିଥିଲେ। ଶେଷରେ ବରିଷ୍ଠ ଆଇନଜୀବୀ ବିଶ୍ବ ରଞ୍ଜନ ଭୋଇ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.