ଓଡ଼ିଆ ବାର୍ତ୍ତା / କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏହା ବିଜେଡି ପାଇଁ ଝଟକା ବୋଲି କୁହାଯାଉଛି। ସେ ବିଜେଡିର ସକ୍ରିୟ ସଭ୍ୟ ଭାବେ ସଂଘଠନକୁ ମଜବୁତ କରିବା ନେଇ ସବୁବେଳେ ଉଦ୍ୟମ ଜାରି ରଖିଥିଲେ। ଏହା ବ୍ୟତୀତ ସେ ବ୍ଲକ ଆଦିବାସୀ ସଂଘ ସଭାପତି ଭାବେ ଦୀର୍ଘ ୧୫ ଧରି ଆଦିବାସୀ ସଂଘଠନକୁ ମଜବୁତ କରିବାରେ ସଫଳ ହୋଇଛନ୍ତି। ତେବେ ସେ ବିଜେଡି ଛାଡିବା ପରେ କଂଗ୍ରେସରେ ଯୋଗ ଦେଇଥିବା ଜଣାପଡିଛି। ଚଳିତ ନିର୍ବାଚନ ଳରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ କରି ବିଜେଡି ଦଳରୁ ଇସ୍ତଫା ଦେଇଥିବା ସୁଚନା ଦେଇଛନ୍ତି ଶ୍ରୀ ଭୋଇ।