ପ୍ରେମ ଏମିତି ଏକ ଅଭୁଲା କାହାଣୀ
ହସର ଯୋଛନା, ଦୁଃଖର ପସରା
ସାଥି ପାଇଁ ନିତି ଝରେ ଆଖି ଲୁହ
ଆସେ କେତେ ପୁଣି ଝଡ ଜୁଆର ।
ତା ଖୁସିରେ ଖୁସି ତା ଦୁଃଖେ ଦୁଃଖି
ତାଙ୍କ ପାଇଁ ମନ ହୁଏ ଉଛନ୍ନ
ବଡ ବିଡମ୍ବନା ଲାଗେ ସତେ ବେଳେ ବେଳେ
ପହେଲିକା ପରି ଲାଗେ ଜୀବନ ।
ମନର ଆକାକ୍ଷାଂ ସତେ କରେ ବିଚଳିତ
ଓଠରେ ମିଛ ହସ ସଜେଇ
କାହିଁକି କେଜାଣେ ବାରୁମ୍ବାର ଏଠି
ପଲକେ ଲୁହ ଦିଏ ଭିଜେଇ ।
କୋଟି ଜନମର ପୁଣ୍ୟବତୀ ସାଜି
ଧନ୍ୟ ମନେ ହୁଏ ଭାଗ୍ୟ
କେତେବେଳେ ନବ ବଧୂ ପରିକା ହସଇ
କେତେବେଳେ ଆଣିଦିଏ ରାଗ ।
ମିଛି ମିଛିକା ପ୍ରେମ ପ୍ରଜାପତି ରୁପରେ
ମନକୁ କରେ ବିମୋହିତ
ଜୀବନ ଯଉବନେ ଲାଗି ଯାଏ ନିଆଁ
ପ୍ରତାରଣା ମିଳେ ଏହା ହି ସତ ।
ଅନ୍ତରର ଭାଷା ବୁଝଇ ଏଇ ଅବୁଝା ହୃଦୟ
ଟିକି ଶିଶୁ ପରି କାନ୍ଦଇ ପୁଣି
ବ୍ୟକୁଲତା ଭାରି ବଢିବାକୁ ଲାଗେ
ପଲକେ ଅନେକ ସପନ ବୁଣି ।