ଯୋଦ୍ଧାଙ୍କ ନିଦ ହଜାଇ ଦେଇଛନ୍ତି ବିଏମପି ସମର୍ଥିତ ସ୍ବାଧିନ ପ୍ରାର୍ଥୀ ରୁପାଧର ନାଏକ !

ଧର୍ମଗଡ଼ ନିର୍ବାଚନୀ ମୈଦାନରେ କମ୍ପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ସାଂସଦୀୟ କ୍ଷେତ୍ରର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଧର୍ମଗଡ଼ରେ ରାଜନୈତିକ ହଟଚମଟ ଦେଖାଯାଇଛି। ନିର୍ବାଚନ ଯେତେ ପାଖେଇ ଆସୁଛି ସେହି ପରିମାଣରେ ଗଣିତ ସେତେ ଜଟିଳ ହେବାକୁ ଲାଗିଛି। ଏଥର ବିଜେପିର ସୁଧିର ରଞ୍ଜନ ପଟ୍ଟଜୋଷୀ, ବିଜେଡ଼ିର ପୁଷ୍ପେନ୍ଦ୍ର ସିଂହଦେଓ, କଂଗ୍ରେସର ରଶ୍ମୀରେଖା ରାଉତଙ୍କ ସହ ଅନ୍ୟାନ୍ୟ ରାଜନୈତିକ ଦଳ ଏବଂ ସ୍ବାଧିନ ପ୍ରାର୍ଥୀମାନେ ଲଢେଇକୁ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଅନୁମାନ କରାଯାଉଥିବାବେଳେ ଏବେ ସମିକରଣ ବଦଳିପାରେ ବୋଲି ଆକଳନ କରାଯାଉଛି। ବହୁଜନ ମୁକ୍ତି ପାର୍ଟି (ବିଏମପି) ସମର୍ଥିତ ସ୍ବାଧିନ ପ୍ରାର୍ଥୀ ରୁପାଧର ନାଏକ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଥିବାରୁ ରାଜନୈତିକ କମ୍ପନ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ରୁପାଧର ପଛୁଆବର୍ଗ ଅନ୍ତର୍ଗତ ମାଳି ସଂପ୍ରଦାୟର ହୋଇଥିବାରୁ ସେ ପ୍ରମୁଖ ଦଳ ମାନଙ୍କର ଗଣିତ ବିଗାଡ଼ି ଦେଇ ପାରନ୍ତି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ମାଳି ସଂପ୍ରଦାୟର ୬୭ ହଜାର ଭୋଟ ରହିଛି। ତେଣୁ ଯଦି ଉତ୍ତମ ରଣନୀତି ସହ ଶ୍ରୀ ନାଏକ ନିର୍ବାଚନ ଲଢନ୍ତି ତେବେ ଏହା ଅନ୍ୟ ଦଳକୁ ପ୍ରଭୁତ କ୍ଷତି ପହଞ୍ଚାଇପାରେ। ବର୍ତ୍ତମାନ ବିଏମପି ସମର୍ଥିତ ସ୍ବାଧିନ ପ୍ରାର୍ଥୀ ଯେଉଁ ସ୍ଥିତିରେ ଅଛନ୍ତି ଯଦି ଆଗକୁ ଏହି ଧାରା ବଜାୟ ରୁହେ ତେବେ ଧର୍ମଗଡ଼ ରାଜନୀତିରେ ନୂତନ ସମୀକରଣ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏପଟେ ରୁପାଧରଙ୍କ ଏଣ୍ଟ୍ରି ପରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଭିନ୍ନ ରାଜନୈତିକ ଦଳର ଯୋଦ୍ଧା ମାନଙ୍କ ନିଦ ହଜିଯାଇଥିବା ଆଲୋଚନା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.