ବହଳପଡା ବନ୍ତୁଣିଆ ବାଦୀପାଲା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଟକ: ବୟାଳିଶ ମୌଜା ସ୍ଥିତ ବହଳପଡା ଓ ବନ୍ତୁଣିଆ ଗ୍ରାମ ମିଳିତ ଉଦ୍ୟମରେ ଅରବିନ୍ଦବାଗ୍ ଠାରେ ପାଞ୍ଚ ରାତ୍ର ବ୍ୟାପି ବାଦିପାଲା ଅନୁଷ୍ଠିତ ହୋଇ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ନିବାସୀ ଗାୟକ ତତ୍ତ୍ଵ ଭୂଷଣ କୃପାସିନ୍ଧୁ ସାହୁ ଓ ଢେ଼ଙ୍କାନାଳ ଜିଲ୍ଲା ନିବାସୀ ଗାୟକ ଜ୍ଞାନ ବାରିଧି ସୁବାସ ଚନ୍ଦ୍ର ନାୟକ ପାଲା ପରିବେଷଣ କରିଥିଲେ। ପାଲା କମିଟି ପକ୍ଷରୁ ପ୍ରାକ୍ତନ ବରିଷ୍ଠ ଓ.ଏ.ଏସ ବିଶ୍ଵନାଥ ଦାଶ, ପ୍ରାକ୍ତନ ଶିକ୍ଷାବିତ୍ ନନ୍ଦ କିଶୋର ଜେନା, ଗୋଲଖମଣି ସ୍ବାଇଁ, କୈଳାସ ଚନ୍ଦ୍ର ସେନାପତି, ଗଜେନ୍ଦ୍ର ନାଥ ସ୍ବାଇଁ ଓ ୪୨ମୌଜା ଥାନା ଆଇଆଇସି ଗିରିଶ ଚନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପାଲା କମିଟିର କାର୍ଯ୍ୟକାରୀ ସଭାପତି ରଘୁନାଥ ଦାଶ, ସମ୍ପାଦକ ଅଜୟ କୁମାର ଦଳାଇଙ୍କ ସମେତ ରସାନନ୍ଦ ଲେଙ୍କା, ଦେବେନ୍ଦ୍ର କୁମାର ସେନାପତି, ଅଶୋକ କୁମାର ଦାଶ, ରଶ୍ମିରଞ୍ଜନ ସ୍ବାଇଁ, ସଦାଶିବ ବିଶ୍ବାଳ, ଜୟୀରାମ ଦଳାଇ, ମାନସ ସ୍ବାଇଁ, ଅମିତାଭ ବିଶ୍ବାଳ, ପ୍ରସନ୍ନ କୁମାର ଦାଶ, କୃଷ୍ଣଚନ୍ଦ୍ର ସେଠୀ, ବିଶ୍ଵନାଥ ସାହୁ, ରଞ୍ଜନ କୁମାର ମୁଦୁଲି, ସତ୍ୟ ନାରାୟଣ ଦାଶ, ବୁଲେଇ ବେହେରା, ଗୁରୁ ପ୍ରସାଦ ସାହୁ, ପ୍ରତାପ ଜେନା, ଗରିବ ଭୋଇ, ଅଶୋକ ମଲ୍ଲିକ, କମଳାକାନ୍ତ ସାହୁ, ପ୍ରବୀର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ଦୁଇ ଗ୍ରାମର ଯୁବକ ସଂଘ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.