ଗୀତର ତାଳେ ତାଳେ ନାଚି ଭୋଟ ଭିକ୍ଷା କଲେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀରେ ଏଥର ଚତୁର୍ମୁଖୀ ଲଢେଇ ହେବବୋଲି ଆକଳନ କରାଯାଉଛି। ୨ ଜାତୀୟ ଦଳ ପ୍ରାର୍ଥୀ କଂଗ୍ରେସରୁ ଶରତ ପଟ୍ଟନାୟକ ଓ ବିଜେପିରୁ ଅଭିନନ୍ଦନ ପଣ୍ଡା, ଗୋଟିଏ ଆଞ୍ଚଳିକ ଦଳ ବିଜେଡିରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଜଣେ ଆଦିବାସୀ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ମଧ୍ୟରେ ଏଥର ନୂଆପଡା ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ଲଢେଇ ହେବ। ଏପଟେ ୧ ଲକ୍ଷ ୩ ହଜାର ଭୋଟର୍ସ ଥିବା ଆଦିବାସୀ ବହୁଳ ନୂଆପଡା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି। ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ଫୁଟବଲ ଖେଳାଳି ଚିହ୍ନ ପାଇବା ପରେ ସଦର ବ୍ଲକ ଟାନୱାଟ ଗାଁ ସ୍ଥିତ କଣାଭଏଁରା ମହାରଜାଙ୍କ ଆଶୀର୍ବାଦ ଭିକ୍ଷା କରି ଟାନୱାଟ ପଂଚାୟତର ଦିଆନମୁଣ୍ଡା, ଟାନୱାଟ, ଗୋବରା, ଧାମନତରୀ, ଲୁକୁପାଲି, ରତିପାଲି ଏବଂ କେରମେଲି ପଂଚାୟତର ବିଭିନ୍ନ ଗାଁରେ ନିର୍ବାଚନ ପ୍ରଚାର କରିଥିଲେ। ନିର୍ବାଚନୀ ପ୍ରଚାର ସମୟରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସମର୍ଥକ ମାନେ ଆଦିବାସୀ ଗୀତରେ ନାଚିଥିଲେ ଏବଂ ଶ୍ରୀ ମାଝୀଙ୍କୁ ମଧ୍ୟ ନଚାଇଥିଲେ। ନାଚି ନାଚି ଆଦିବାସୀ ନେତା ଉକ୍ତ ଅଂଚଳରେ ଭୋଟ ଭିକ୍ଷା କରିଥିବାରୁ ଅଂଚଳରେ ସ୍ଥାନୀୟ ଅଂଚଳରେ ଲୋକେ ପ୍ରଶଂସା କରିଥିଲେ। ଆଦିବାସୀ ନେତା ଭାନୁ ପ୍ରତାପ ମାଝୀ, ବରିଷ୍ଠ ଆଦିବାସୀ ନେତା ଖାମ ସିଂ ମାଝୀ, ହୋମ ସିଂ ମାଝୀ, ଗରିବସେନା ସଭାପତି ରବୀନ୍ଦ୍ର ମଙ୍ଗରାଜ, ଯୁବନେତା ସୁଧୀର ମିଶ୍ର, ମହିଳାନେତ୍ରୀ ସରୋଜିନୀ ମାଝୀ, ସି୍ଦ୍ଧେଶ୍ବରୀ ଠାକୁର ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.