ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ନିର୍ବାଚନକୁ ନେଇ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସରଗରମ ରହିଛି। ଏଥର ନିର୍ବାଚନୀ ମଇଦାନରେ ୧୧ ଜଣ ପ୍ରାର୍ଥୀ ରହିଥିବାବେଳେ କିଛି ଦିନ ହେଲା ଲଗାତାର ଭାବରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଅନେକ ବିଜେଡ଼ି, ବିଜେପି ଓ ଆମ୍ ଆଦମୀ ପାର୍ଟିର କର୍ମୀ କଂଗ୍ରେସରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ସେହି କ୍ରମରେ ବୁଧବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ ଭବାନୀପାଟଣା କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସଙ୍କ ଉପସ୍ଥିତିରେ କେସିଙ୍ଗା ବ୍ଲକ ଅଞ୍ଚଳର ୭ଜଣ ବିଶିଷ୍ଟ ବ୍ୟକ୍ତି; ଗୋକୁଲେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌଦାମିନୀ ନାଏକ, କିକିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଟଙ୍କଧର ହିଆଲ, ଗାଇ ଗାଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମାଧବ ତାଣ୍ଡି, ବାଲସି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ବୋରିଆ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗୁଲାର କରୁଆଁ, ଉତ୍କେଲା ଯାଦବ ସମାଜର ଉପସଭାପତି ବିପିନ ନାଏକ ଓ ଚାଞ୍ଚେର ଶୁଣ୍ଢି ସମାଜ ସଂଗଠକ କନ୍ଦର୍ପ ସାହୁ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଥିଲେ।