ବିଶ୍ୱନାଥପୁରଠାରେ ବିଜେଡିର ସଂକଳ୍ପ ସମାବେଶ ଓ ବାଇକ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜେଡିର ସୁଶାସନ ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ଆଜି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ନିରନ୍ତର ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଷଷ୍ଠଥର ପାଇଁ ସରକାର ଗଠନ ବିଜେଡିର ଲକ୍ଷ୍ୟ ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଦୁର୍ଗାମଣ୍ଡପ ପଡିଆରେ ଆୟୋଜିତ ବିଶାଳ ସଂକଳ୍ପ ସମାବେଶରେ ବିଜେଡି ନେତୃବୃନ୍ଦ ନିଜ ନିଜ ବକ୍ତବ୍ୟରେ ଉଦବୋଧନ ଦେଇଛନ୍ତି। ସମାବେଶ ପୂର୍ବରୁ ଏକ ବିଶାଳ ରୋଡ଼ ସୋ ସହିତ ନିଜର ଦମ ଦେଖାଇଛି ବିଜେଡି। ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀଙ୍କୁ ନେଇ ଲାଞ୍ଜିଗଡ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଶ୍ୱନାଥପୁର ପହଞ୍ଚିଥିଲା। ଉଭୟ ପ୍ରାର୍ଥୀଙ୍କୁ ବିଭିନ୍ନ ସ୍ଥାନରେ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଦୁର୍ଗାମଣ୍ଡପ ପଡିଆରେ ଅନୁଷ୍ଠିତ ବିଶାଳ ସଂକଳ୍ପ ସମାବେଶରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଦଳୀୟ ପର୍ଯ୍ୟବେକ୍ଷକ ଜ୍ୟୋତ୍ସ୍ନାରାଣୀ ପରିଡା, ପରମାନନ୍ଦ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ଲାଞ୍ଜିଗଡ଼ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ବିଜୁ ଛାତ୍ର ନିର୍ବାଚନ ମଣ୍ଡଳୀ ସଭାପତି ସୈାରଭ ପାତ୍ର, ବିଜେଡ଼ି ନେତା ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ହରିହର କୁମାର, ମନୋହର ହରପାଲ, ପାତ୍ର ମାଝୀ, ଚନ୍ଦ୍ରଦ୍ଵଜ ପେସନିଆ, ବିଜୁ ମହିଳା ଦଳ ସଭାପତି ସୁଜାତା ଘଡେଇ, ସରସ୍ବତୀ ମୁଣ୍ଡା, ତୁଳସୀ ନାଏକ, ହରିଶଙ୍କର ପାତ୍ର, ହରିଶ୍ଚନ୍ଦ୍ର ବୁଦ୍ଧିଆଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମାନେ ମଂଚାସୀନ ଥିଲେ। ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶକୁ ପରିଚାଳନା କରିଥିଲେ ଜିଲ୍ଲା ବିଜେଡି ସମ୍ପାଦକ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଓ କଂଗ୍ରେସର ଶତାଧିକ ମହିଳା ଓ ପୁରୁଷ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଏହି ସମାବେଶରେ ଲାଞ୍ଜିଗଡ଼ ବ୍ଲକର ୨୬ଗୋଟି ପଞ୍ଚାୟତରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଦଳୀୟ କର୍ମୀ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.