ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜୁନାଗଡ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଜୁନାଗଡ,୨୬/୬ : ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ବସୁଦ୍ଧରା ଯୋଜନାରେ ଏବଂ ଜଙ୍ଗଲ ଜମି ଦାଖଲ କରିଥିବା ଡିହହୀନ ମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବୀରେ ଆଜି (ବୁଧବାର) ନାଗରିକ ବିକାଶ ସଂଗଠନ, କଳାହାଣ୍ଡି ଏବଂ କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ତରଫରୁ ଜୁନାଗଡ ତହସିଲ ଅଫିସରେ ଏକ ଦାବିପତ୍ର ପ୍ରଦାନ କାରାଯାଇଛି । ଜୁନାଗଡ ବ୍ଲକ ସ୍ଥିତ ପ୍ରେତ୍ୟକ ପଂଚାୟତରୁ ଶତାଧିକ ଭୂମିହୀନ ଲୋକେ ପହଞ୍ଚି ନାଗରିକ ବିକାଶ ସଂଗଠନ,କଳାହାଣ୍ଡି ସଭାନେତ୍ରୀ ଗୁଣ୍ଡିଚା ଭୋଇ ଓ ସଂପାଦିକା ଚମ୍ପା ନାଏକଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଜୁନାଗଡ ତହସିଲଦାର ଉପେନ୍ଦ୍ର ସିଂ ଲୁହାଙ୍କ ଜରିଆରେ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ଜୁନାଗଡ ବ୍ଲକର ୩୪ ଟି ପଂଚାୟତରେ ଥିବା ଡିହହୀନ ପରିବାର ମାନଙ୍କୁ ଚିହ୍ନଟ କରି ତୁରନ୍ତ ବସୁନ୍ଧରା ଯୋଜନା ଅନୁଯାଇ ସ୍ଥାୟୀପଟ୍ଟା ପ୍ରଦାନ କରାଯାଉ, ଜଙ୍ଗଲ ଜମି ବର୍ଷବର୍ଷ ଦଖଲ କରି ଚାଷ କରି ବଞ୍ଚୁଥିବା ପରିବାରକୁ ୨୦୦୬ ବନ ଅଧିକାର ଆଇନ ଅନୁଯାୟୀ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମାଧ୍ୟମରେ ସ୍ଥାୟୀପଟ୍ଟା ପ୍ରଦାନ, ସ୍ଥାୟୀ ରୋଜଗାର ପ୍ରଶସ୍ତ ସକାଶେ ସିଲିଂ ଆଇନ ବଳବତ୍ତର କରାଇ ଜମିହୀନ ମାନଙ୍କୁ ଜମି ଆବଣ୍ଟନ, ସୀମାଙ୍କନ ହୋଇ ନଥିବା ପଟ୍ଟାଧାରୀ ମାନଙ୍କ ଜାଗାରେ ଯଥାସିଘ୍ର ସୀମାଙ୍କନ, ପୂର୍ବରୁ ଆବେଦନ କରାଯାଇଥିବା ଦରଖାସ୍ତ ଗୁଡିକର ନିଷ୍ପତ୍ତି ସିଘ୍ର ନିଆଯାଉ ଭଲି ଦାବି ଗୁଡିକ ରହିଥିଲା । ଦାବିପତ୍ର ସମୟରେ କୈଲାସ ଭୋଇ, ନନ୍ଦ ଭୋଇ, ଲାଲୁ ବିହାରୀ, ପ୍ରେମ ପରାଭୋଏ, ପୁଷ୍ପାଞ୍ଜଲି ରଣା, ରଞ୍ଜିତା ସବର, ସଂଯୁକ୍ତା ଭୋଇ ଓ ଲିଙ୍ଗରଜ ସୁନାନୀ ସମେତ ବିଭିନ୍ନ ପଂଚାୟତର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

 

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.