ଢେଙ୍କାନାଳ ସେଣ୍ଟ ଯାଭିଅର ସ୍କୁଲରେ ବିଜ୍ଞାନ ମେଳା; ସପ୍ତମ ଶ୍ରେଣୀର ଛାତ୍ରୀଙ୍କ କମାଲ

ଓଡ଼ିଆ ବାର୍ତ୍ତା/ ଢେଙ୍କାନାଳ: ଢେଙ୍କାନାଳର ରଣପସି ଠାରେ ଥିବା ସେଣ୍ଟ ଯାଭିଅର ବିଦ୍ୟାଳୟରେ ବିଜ୍ଞାନ ମେଳା (Science Exibition) ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରକଳ୍ପ ମଧ୍ୟରୁ ସପ୍ତମ ଶ୍ରେଣୀର ଛାତ୍ରୀ ବିଜୟାଲକ୍ଷ୍ମୀ ଶାସମଲ, ଆରଧ୍ୟା ରାଉତ ଓ ସୌମ୍ୟାଶ୍ରୀ ପଲେଇ କରିଥିବା Harvesting Rain Water ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଢେଙ୍କାନାଳ ସାଇନ୍ସ ସେଣ୍ଟରର ଅଫିସର ଶଙ୍କର ଗୁରାଙ୍ଗ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲର ପ୍ରିନସିପାଲ ଓ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଏହି ବିଜ୍ଞାନ ମେଳା ସଫଳତା ସହ ସମାପନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.