ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ତାରାତାରିଣୀ ମହାବିଦ୍ୟାଳୟ ର ପ୍ରାଣୀ ବିଭାଗର ଜୁ କ୍ଲବ ତରଫରୁ ଜୁନିଅରଛାତ୍ର, ଛାତ୍ରୀ ଓ ସିନିୟର ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଏକ ଗେଟ ଟୁଗେଦର କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର କନକା ମନ୍ଦିରରେ ଏହି କାର୍ଯ୍ୟକ୍ରମ କରିଥିଲେ |ଏହା ପ୍ରାଣୀ ବିଭାଗ ର ମୁଖ୍ୟ ଡ଼ ପ୍ରଦୀପ କୁମାର ସାହୁଙ୍କ ତତ୍ୱାବଧାନ ଆରମ୍ଭ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ସ୍ମୃତିମୟୀ ମହାପାତ୍ର ଯୋଗ ଦେଇ ଛାତ୍ର, ଛାତ୍ରୀଙ୍କୁ ଭଲ ମଣିଷ ହେବାସହିତ ନିଜ ଦକ୍ଷତା କୁ ପ୍ରକାଶିତ କରିବାକୁ ଉପଦେଶ ଦେଇଥିଲେ |ସିନିୟର ଛାତ୍ର, ଛାତ୍ରୀ ମାନେ ମଧ୍ୟ ଜୁନିୟର ଛାତ୍ର, ଛାତ୍ରୀଙ୍କୁ ଭଲ ଉପଦେଶ ଦେଇ ସବୁ ସାର ଙ୍କ କଥା ମାନି ଚଳିବା ସହିତ ଆଗକୁ ଭଲ ପାଠ ପଢି କଲେଜର ନାମ ଆଗକୁ ବଢେଇବାକୁ ପରାମର୍ଶ ଦେଇଥିଲେ | ତେବେ ବିଭାଗର ମୁଖ୍ୟ ଡ଼ ପ୍ରଦୀପ କୁମାର ସାହୁ ମଧ୍ୟ ସିନିୟର ଛାତ୍ର, ଛାତ୍ରୀ ମାନେ ଏହି କଲେଜରୁ ପାଠ ପଢ଼ା ସାରି ପିଜି, ଡକ୍ତ୍ରେଟ କରି କୌଣସି ସରକାରୀ କିମ୍ବା ବେସର କାରି ସଂସ୍ଥାରେ ବିଭିର୍ଣ୍ଣ ବିଭାଗ ରେ ଚାକିରୀ କରି ଆତ୍ମନିର୍ଭରଶିଳ ହେବାକୁ ଉପଦେଶ ଦେଇଥିଲେ |ଆଜିର ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅନିଲ କୁମାର ସାହୁ ସଂଯୋଜନା କରିଥିଲେ ଓ ସେ ମଧ୍ୟ ପିଲାମାନଙ୍କୁ ଆଗକୁ ବଢିବାକୁ ପ୍ରୋଛାହିତ କରିଥିଲେ |ଶେଷରେ 2021-2024 ବ୍ୟାଚ ର ସିନିୟର ଛାତ୍ର, ଛାତ୍ରୀ ମାନଙ୍କୁ ଜୁନିୟର ଛାତ୍ର, ଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ |