ଡଙ୍ଗରତଲପଡା ବୁଥ୍ ରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଡଙ୍ଗରତଲପଡା ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଭୋଟିଂ। ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ରେ ସମାପ୍ତ ହେବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନର୍ଲା ସମେତ ନୂଆପଡ଼ା, ଖଡ଼ିଆଳ, ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଉଛନ୍ତି ଭୋଟର। ଚଳିତ ଥର ନର୍ଲା ବ୍ଲକରେ ୧୨୦ ଗୋଟି ବୁଥ୍ ଥିବାବେଳେ ଗୋହିରା ପଦର, କାନ୍ଥିଡିଗ୍ରା ପଡ଼ା, ଦେହେଲି, ପିପଲପଦର ଓ ବଲବସପୁର ଏପରି ୫ଟି ‘ସଂପୂର୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ (ସଖି), ଘଣ୍ଟମାଲରେ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ଓ ସର୍ଗିଗୁଡାରେ ଆଦର୍ଶ ମତଦାନ କେନ୍ଦ୍ର’ ରହିଛି। ସେହି କ୍ରମରେ ନର୍ଲା ଗ୍ରାମ ପଞ୍ଚାୟତର ଡଙ୍ଗରତଲପଡାରେ ଚାଲିଛି ଭୋଟିଂ। ଏହି ବୁଥରେ ମୋଟ ୫୮୪ ଭୋଟର ଥିବାବେଳେ ପୂର୍ବାହ୍ନ ୧୧ଟା ୧୦ମି ସୁଦ୍ଧା ୨୮୮ ଜଣ ମତଦାତା ନିଜର ମତାଧିକାର ପ୍ରଦାନ କରିଛନ୍ତି। ବର୍ତ୍ତମାନ ମତଦାନ ଆଗେଇ ଚାଲିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.