ନର୍ଲା ବ୍ଲକର ୧୨୦ ବୁଥ୍ ସମେତ ୫ଟି ସଖି ମତଦାନ କେନ୍ଦ୍ରରେ ଚାଲିଛି ଭୋଟିଂ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇ ୧୩ ତାରିଖ ସକାଳ ୭ଟାରୁ  ଚାଲିଛି ମତଦାନ। କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନର୍ଲା ସମେତ ନୂଆପଡ଼ା, ଖଡ଼ିଆଳ, ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଉଛନ୍ତି ଭୋଟର। ଚଳିତ ଥର ନର୍ଲା ବ୍ଲକର ଗୋହିରା ପଦର, କାନ୍ଥିଡିଗ୍ରା ପଡ଼ା, ଦେହେଲି, ପିପଲପଦର ଓ ବଲବସପୁର ଏପରି ୫ଟି ‘ସଂପୂର୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ (ସଖି), ଘଣ୍ଟମାଲରେ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ଓ ସର୍ଗିଗୁଡାରେ ଆଦର୍ଶ ମତଦାନ କେନ୍ଦ୍ର’ ରହିଛି। ଏସବୁକୁ ମିଶାଇ ବ୍ଲକରେ ୧୨୦ ଗୋଟି ବୁଥ୍ ରହିଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ନର୍ଲା ବିଡ଼ିଓ ରିପୁନାଥ ସୁନାଙ୍କ ଠାରୁ ପ୍ରକାଶ। ତେବେ ଦେହେଲି ଆଦର୍ଶ ଓ ସଖି ମତଦାନ କେନ୍ଦ୍ରରେ ମୋଟ ୫୬୭ ଭୋଟର ରହିଥିବାବେଳେ ସକାଳ ୧୦.୩୦ ସୁଦ୍ଧା ୨୮୫ ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ଭାବେ ପିପଲପଡା ଆଦର୍ଶ ଓ ସଖି ମତଦାନ କେନ୍ଦ୍ରରେ ୫୯୯ ଭୋଟର ରହିଥିବାବେଳେ ସକାଳ ୧୦ଟା ୪୫ ମି. ସୁଦ୍ଧା ୧୭୭ ଜଣ ଭୋଟ ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.