ଫକୀରମୋହନ ବିଶ୍ବବିଦ୍ୟାଳୟର ବଜ୍ରପାତ ଠାରୁ ସୁରକ୍ଷା ସଂପର୍କିତ ଜନସଚେତନା ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳବାସୀ ଅନେକ ସମୟରେ ବଜ୍ରପାତ ଜନିତ ମୃତ୍ଯ ଓ ଧନଜୀବନ କ୍ଷତିର ସମ୍ମୁଖୀନ ହୋଇଆସୁଛନ୍ତି। ଏହାକୁ ଚିନ୍ତାର ପ୍ରସଙ୍ଗ ଭାବେ ବିବେଚନା କରି ଫକୀରମୋହନ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗ ଦ୍ବାରା ଅନେକ ଗବେଷଣା ହୋଇଆସୁଛି। ଏଥିସହିତ ଆସନ୍ନ ବର୍ଷାଋତୁରେ ଓ ପ୍ରାକ-ମୌସୁମୀରେ ଘଟିବାକୁ ଥିବା ବଜ୍ରପାତ ଜନିତ ଦୂର୍ଘଟଣା ଠାରୁ ଜୀବନ ରକ୍ଷାକୁ ପ୍ରାଧାନ୍ୟ ଦେଇ ବିଶ୍ୱବିଦ୍ୟାଳୟର ସମାଜ ସେବା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରେଖା ରାଉତ ଓ ବିଭାଗର ଛାତ୍ରଛାତ୍ରୀମାନେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ରଙ୍କ ପ୍ରେରଣା ଗ୍ରହଣ କରି ଏହି ସଚେତନତା ଅଭିଯାନ ସଫଳ ଭାବେ ଗତ ଏକ ସପ୍ତାହରୁ ଉର୍ଦ୍ଧ ସମୟ ବ୍ୟାପି କାର୍ଯ୍ୟକାରଣ ହୋଇଆସୁଛି। ବଜ୍ରପାତ ଠାରୁ ସତର୍କ ରହିବାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଣାଳୀ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ ମାଧ୍ୟମରେ ବୁଝାଉଛନ୍ତି। ଏଥିସହ ମୋବାଇଲ ଫୋନରେ ‘ଦାମିନୀ’ ଆପ୍ ଡାଉନଲୋଡ କରି ଏହାର ବ୍ୟବହାର ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ଲୋକମାନଙ୍କ ପାଖରେ ସମସ୍ତ ସତର୍କ ସୂଚନା ପହଞ୍ଚାଇବାର ପ୍ରୟାସରେ ମୁଦ୍ରିତ ଲିଫଲେଟ ବଣ୍ଟନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଛାତ୍ରଛାତ୍ରୀମାନେ ନୀଳଗିରି, ମିତ୍ରପୁର, ରସାଲପୁର, ନଖରା, ଜଳେଶ୍ବର, ନାମ୍ପୋ, ବାଲିଆପାଳ, ପଶ୍ଚିମବାଡ, କ୍ଷୀରଚୋରା ଗୋପୀନାଥ ମନ୍ଦିର ଅଞ୍ଚଳ, ଡଗରା ବେଳାଭୂମି ପାଖ ଜନବସତି ଆଦି ଅନେକ ଗାଁ ଗୁଡିକୁ ଯାଇ, ସେଠାର ଲୋକଙ୍କୁ ଏକତ୍ରିତ କରି, ଏହି ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି। ଏଥିସହିତ ଲୋକମାନଙ୍କ ଠାରୁ ମତାମତ ସଂଗ୍ରହ କରି ଏହି ସଚେତନଶୀଳ କାର୍ଯ୍ୟକ୍ରମକୁ ଆହୁରି ଅଧିକ ପ୍ରଭାବଯୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଅଭିନବ ଅଭିଯାନରେ ବିଭାଗର ଛାତ୍ରଛାତ୍ରୀ ଯଥା ସନ୍ତୋଷ, ନବୀନ, ଅଲିଭା, ଶ୍ରଦ୍ଧା, ବର୍ଷା, ଜୟା, ସୁନିତା ଓ ଅନ୍ଯମାନେ ଅତି ସୁନ୍ଦର ଭାବେ ନାଟକ ପରିବେଷଣ କରି ବଜ୍ରପାତ ସମୟରେ କିଭଳି ସତର୍କତା ଅବଲମ୍ବନ କଲେ ସୁରକ୍ଷିତ ରହିବ, ତାହା ବୁଝାଉଛନ୍ତି। ଏହି ନାଟକକୁ ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରେଖା ରାଉତ ରଚନା ଓ ନିର୍ଦ୍ଦେଶନା ଦେଇ ପ୍ରତିଟି ଜୀବନ ଅମୂଲ୍ଯ ଓ ସଚେତନଶୀଳ ହୋଇ ବଜ୍ରପାତ ଠାରୁ ସୁରକ୍ଷିତ ରହିବାର ବାର୍ତ୍ତା ପ୍ରସାରର ଦାୟିତ୍ବ ନିର୍ବାହ କରୁଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ଅଭିଯାନର ସଫଳକାମ କରି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଛନ୍ତି।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.