ଅସୁରଗଡ଼ରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଐତିହାସିକ ଅସୁରଗଡ଼ ବୀର କମଳ ମୈଦାନ ଠାରେ ଆସନ୍ତା ମେ’ ୨୦ରେ ଆଦିସ୍କନ୍ଧ ସମାଜର ୨୭ତମ ବାର୍ଷିକ ସମ୍ମିଳନୀ ଏବଂ ଏକତା ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ ବୀର କମଳ ମୈଦାନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ବୀର କମଳ ମୈଦାନ ସଭାପତି ଅମର ସିଂ ମାଝୀ, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ନର୍ଲା ବ୍ଲକ ଆଦିସ୍କନ୍ଧ ସମାଜ ସଭାପତି ଅନ୍ତରାମ ମାଝୀ, ଆଦିବାସୀ ସଂଘ ଉପସଭାପତି ବୀରକିଶୋର ମାଝୀ, ବୀର କମଳ ମୈଦାନ ସଂପାଦକ ଦେବରାଜ ମାଝୀ, କୋଷାଧ୍ୟକ୍ଷ ଛବିରାଜ ମାଝୀ, ଆଦିବାସୀ ସଂଘ ସଂପାଦକ ମାୟାଧର ମାଝୀ, ନର୍ଲା ବ୍ଲକ ଆଦିବାସୀ ସଂଘ କୋଷାଧ୍ୟକ୍ଷ କିଶୋର ମାଝୀ, ରାଜୁ ମାଝୀ, ନୌକା ମାଝୀଙ୍କ ସମେତ ଜାନୀ, ପୁଝାରୀ, ଦିଶାରୀ ଏବଂ ଆଦି ସ୍କନ୍ଧ ସମାଜର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଆଦିବାସୀ ବୀରଙ୍କ ଗୈାରବ ଗାଥା ବହନ କରୁଥିବା ଅସୁରଗଡ଼ ମାଟିରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି ଏହି ସମ୍ମିଳନୀ। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଦିବାସୀମାନେ ଏକତ୍ରିତ ହୋଇ ପୂର୍ବ ପରମ୍ପରା ଓ ବୀରତ୍ବର ଅବିରତ ଧାରା ବିଷୟରେ ଜାଣିବା ସହ ପରବର୍ତ୍ତୀ ପୀଢିକୁ ଦୀଗଦର୍ଶନ ପ୍ରଦାନ କରିଥାନ୍ତି। ତେବେ ମେ’ ୨୦ରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀ କିପରି ବ୍ୟବସ୍ଥିତ ଢ଼ଙ୍ଗରେ ପାଳିତ ହେବ ସେନେଇ ଆଜିର ବୈଠକରେ ବିଶେଷ ଭାବେ ଗୁରୁତ୍ବ ଦିଆଯିବାସହ ଏଥିରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.