ପ୍ରଗତିର ଅଗ୍ରଦୂତ ‘ପ୍ରଗତି ଶିକ୍ଷାନୁଷ୍ଠାନ’

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଗତି ଶିକ୍ଷାନୁଷ୍ଠାନ ବର୍ତ୍ତମାନ ସମୟରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାରେ ସକ୍ଷମ ହୋଇପାରିଛି। ଯେଉଁ ସମୟରେ ଦାରିଦ୍ର୍ୟ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ କଳାହାଣ୍ଡି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ବହୁ ପଛରେ ଥିଲା, ଆଜି ଆଉ ସେହି ଅବସ୍ଥାରେ ନାହିଁ। ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ବିକାଶରେ ପ୍ରଗତି ଶିକ୍ଷାନୁଷ୍ଠାନ ସର୍ବଦା ଚେଷ୍ଟିତ। ପଶ୍ଚିମ ଓଡିଶାର ଏକ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହୋଇଥିବା ପ୍ରଗତି ଶିକ୍ଷାନୁଷ୍ଠାନ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଅପୂର୍ବ ସଫଳତା ହାସଲ କରିବା ସହିତ ଉତ୍କୃଷ୍ଟ ଶିକ୍ଷାଦାନ ସାଙ୍ଗକୁ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାଧ୍ୟମରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିପାରିଛି। 

ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ଶାଖା ଯେପରିକି କନସେପ୍ଟ ସ୍କୁଲ, କଲିଜିଏଟ ସ୍କୁଲ, ହାୟର ସେକେଣ୍ଡାରୀ ସ୍କୁଲ ଏବଂ ଡିଗ୍ରୀ କଲେଜ ଅନବରତ ଭାବରେ ୨୦୧୦ ମସିହାରୁ ଏକ ନିଜର ଶ୍ରେଷ୍ଠତା ବଜାୟ ରଖିପାରିଛି। ଯେଉଁ ସମୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ୯୦ ପ୍ରତିଶତ ନମ୍ବର ରଖିବା ଛାତ୍ରଛାତ୍ରୀମାନଙ୍କ ପାଇଁ କାଠିକର ପାଠ ଥିଲା, ସେହିଭଳି ସମୟରେ ପ୍ରଗତି ଶିକ୍ଷାନୁଷ୍ଠାନ ୯୦ ପ୍ରତିଶତ ନମ୍ୱର ରଖିବାର ପ୍ରୟାସକୁ ସଫଳ କରିପାରିଛି। ବର୍ତ୍ତମାନ ସମୟରେ ଉକ୍ତ ଅନୁଷ୍ଠାନରୁ ଅନେକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର ରଖି କୃତକାର୍ଯ୍ୟ ହେବା ସହିତ ଅନବରତ ଭାବରେ ଜିଲ୍ଲା ଟପ୍ପର ହୋଇଆସୁଛନ୍ତି। ସେହିଭଳି ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ବିଜ୍ଞାନ ପରୀକ୍ଷାରେ ଶ୍ରୀମାନ ଦେବାଶିଷ ମିଶ୍ର ୯୬.୪% ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି।

ଦିନ ଥିଲା, ଆଇଆଇଟି, ନିଟ ଆଦି କୋଚିଂ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ବାହାରକୁ ଯିବା ପାଇଁ ପଡୁଥିଲା; କିନ୍ତୁ ବର୍ତ୍ତମାନ ସମୟରେ ପ୍ରଗତି ଶିକ୍ଷାନୁଷ୍ଠାନରେ ସେ ଉପରେ ଧ୍ୟାନ ଦେଇ କୋଚିଂର ବ୍ୟବସ୍ଥା କରାଯାଇଛି। ଯାହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇ ପ୍ରବେଶିକା ପରୀକ୍ଷାମାନଙ୍କରେ ସଫଳତା ପାଇବା ସହିତ ରାଜ୍ୟ ତଥା ଦେଶର ଭଲ ପ୍ରତିଷ୍ଠାନ ଗୁଡିକରେ ପଢ଼ିବାର ସୁଯୋଗ ପାଇ ପାରୁଛନ୍ତି। ଏତଦବ୍ୟତୀତ ଏହି  ଅନୁଷ୍ଠାନରେ ଅଧ୍ୟୟନ କରିଥିବା ଅନେକ ବିଦ୍ୱାନ ଛାତ୍ରଛାତ୍ରୀ ଏମ.ବି.ବି.ଏସ, ଆଇ.ଆଇ.ଟି, ବ୍ୟାଙ୍କିଙ୍ଗ, ଓ.ପି.ଏସ.ସି, ୟୁ.ପି.ଏସ.ସି, ଓ.ଏସ.ଏସ.ସି ପରି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଦେଶ ତଥା ଦେଶ ବାହାରେ ରହି ନିଜ କ୍ୟାରିୟରକୁ ସୁଦୃଢ଼ କରିପାରିଛନ୍ତି। 

ଏଠାରେ ବିଦ୍ୟାର୍ଥୀମାନଙ୍କର ଶିକ୍ଷା ବ୍ୟତିରେକ ଶାରୀରିକ, ମାନସିକ, ବୌଦ୍ଧିକ ତଥା ସର୍ବାଙ୍ଗୀନ ବିକାଶ ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ଏହି ଅନୁଷ୍ଠାନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀମାନେ ଆସି ଅଧ୍ୟୟନ କରିବାର ସୁଯୋଗ ପାଉଛନ୍ତି। ତାଲିମପ୍ରାପ୍ତ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଚେଷ୍ଟାରେ ଏହି ଅନୁଷ୍ଠାନଟି ଆଜି ସମଗ୍ର ରାଜ୍ୟର ଶିକ୍ଷା ମାନଚିତ୍ରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିବା ସହ ପ୍ରଗତିର ଅଗ୍ରଦୂତ ସାଜିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.