ସ୍କର୍ପିଓ ଗାଡିରୁ ନଗଦ ୩ଲକ୍ଷ ୪୦ ହଜାର ଟଙ୍କା ଜବତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାରେ ବିନିକା ଥାନା ଅଞ୍ଚଳରେ ନିର୍ବାଚନ ପାଇଁ ଗାଡ଼ିମଟର ଗୁଡ଼ିକୁ କଡା କଡି ଭାବରେ ଯାଞ୍ଚ ଚାଲିଛି। ଏହି ଅବସରରେ କାଲି ସନ୍ଧ୍ୟାରେ ବିନିକା ଏସଏସଟି ଟିମ ଦ୍ବାରା ସଂସାମୁରା- ପଣ୍ଡକିଟାଲ କେନାଲ ରାସ୍ତାର ବିନିକା ଥାନା ଗଣିଆଁ ଫାଣ୍ଡି ଅଧିନସ୍ତ ଗଣିଆଁ ଛକରେ ଗାଡି ମଟର ଗୁଡିକ ଯାଞ୍ଚ ଚାଲିଥିଲା ବେଳେ ଏକ ସ୍କର୍ପିଓ ଗାଡ଼ି ନମ୍ବର ଓଡ଼ି-୧୬ ଏ ୯୦୭୬ ରେ ବିନିକା ଥାନା ସେଲେଡ଼ି ଗ୍ରାମର କୁବେର ପେରା (୪୪) ପଦ୍ମପୁର ଯାଉଥିଲା ସମୟରେ ତାଙ୍କ ଠାରୁ ଏସ୍ଏସଟି ଟିମ୍ ଯାଞ୍ଚ କରି ୩ଲକ୍ଷ ୪୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଏଥିରେ ଶ୍ରୀ ପେରା ଟଙ୍କାର କୈଣସି କାଗଜାତ ଦେଖାଇ ପାରି ନ ଥିଲେ। ଆସନ୍ତା କାଲି ବ୍ୟାଙ୍କରେ ଉକ୍ତ ଟଙ୍କା ଜମା କରାହେବ ବୋଲି ବିନିକା ପୁଲିସ ସୂଚନା ଦେଇଛି। ଏହି ଚଢାଉରେ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର ଓ ପୁଲିସ ଷ୍ଟାଫ୍ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.