ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଲେପୁର ଏବଂ ପରେ ବଲାଙ୍ଗିର ଆସି ଦଳ ପାଇଁ ପ୍ରଚାର କରିଛନ୍ତି। ସେ ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି। କେବଳ ରାହୁଲ ନୁହନ୍ତି, ତାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଓଡ଼ିଶା ଆସିବେ। ମଇ ୨୬, ୨୭ ଓ ୨୮ରେ ଲଗାତର ତିନିଦିନ କ୍ୟାମ୍ପ କରି ରାହୁଲ ନିର୍ବାଚନୀ ପ୍ରଚାର କରିବାର ସୂଚନା ରହିଛି।