ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ରବିବାର ପ୍ରକାଶ ପାଇଛି ମାଟ୍ରିକ ଓ ଯୁକ୍ତ ଦୁଇ ପରିକ୍ଷା ଫଳ। ମାଟ୍ରିକ ପରିକ୍ଷାରେ କୀର୍ତ୍ତିପ୍ରଜ୍ଞା ପାଢ଼ୀ ଏବଂ+୨ ପରିକ୍ଷାରେ ପୁରୁଷୋତ୍ତମ ବିଭାର କର୍ଲାମୁଣ୍ଡା ବ୍ଲକ ଟପ୍ପର ହୋଇଥିବା ଜଣାପଡ଼ିଛି। ମାଟ୍ରିକ ପରୀକ୍ଷାରେ ମିଳିତ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଜୋରାଡବରାର ଛାତ୍ରୀ କୀର୍ତ୍ତିପ୍ରଜ୍ଞା ପାଢ଼ୀ ସର୍ବୋଚ୍ଚ ୫୦୪ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ଯୁକ୍ତ ଦୁଇ ପରୀକ୍ଷାରେ ରିଷିଡା ଜଗନ୍ନାଥ କୋଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ପୁରୁଷୋତ୍ତମ ବିଭାର ୫୧୭ ମାର୍କ ରଖି ବ୍ଲକ ଟପର ହୋଇଛନ୍ତି।