ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଇନଟେକ ସୋନପୁର ଚାପ୍ଟରର ବାର୍ଷିକ ସମାବେଶ ସ୍ଥାନୀୟ ହୋଟେଲ୍ ପ୍ରୋଗ୍ରେସ ଇନ୍ ରେ ଅନୁଷ୍ଠିତ ହୋଇଯାଇଛି। ଚାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ବିଗତ ଦିନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚ଼ନା ହେବା ସହ ଆଗାମୀ ସମୟର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଲୋକବାଦ୍ୟ ନିର୍ମାଣ କର୍ମଶାଳା, ଷୋହଳ ସୁଆଙ୍ଗ ଦଣ୍ଡନାଟର ବୃତ୍ତ ପ୍ରସ୍ତୁତି, ଗଞ୍ଜପା ପ୍ରସ୍ତୁତି କର୍ମଶାଳା ପରି କାର୍ଯ୍ୟକ୍ରମ ଆଗାମୀ ଦିନରେ କରାଯିବାକୁ ନିଷ୍ପତ୍ତି ନିଆଯିବା ସହ ବୈଦ୍ୟନାଥର ଭଗ୍ନ କାଲେଶ୍ଵର ମନ୍ଦିର ପୁନଃ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ସଭାରେ ଆଲୋଚ଼ନା ହୋଇଥିଲା । ଇନଟେକ ସୋନପୁର ଚାପ୍ଟର ପାଇଁ ନୂତନ ସଭ୍ୟପଦ ଗ୍ରହଣ କରାଯିବାକୁ ମତ ପ୍ରକାଶ ପାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ଼ାକ୍ତର ରାଜେନ୍ଦ୍ର କୁମାର ମିଶ୍ର, ସୁଧାଂଶୁ ଶେଖର ମିଶ୍ର, ଇଂ ସୁରେନ୍ଦ୍ର ମେହେର, ଗଦାଧର ବାରିକ୍ , ଡଃ ସନ୍ତୋଷ ପାଢ଼ୀ, ଡଃ. ମୀନକେତନ କୁମ୍ଭାର, ଡଃ. ରେଣୁକା ମିଶ୍ର, ଡଃ. ନାରାୟଣ ପ୍ରସାଦ ରାୟଗୁର ପ୍ରମୂଖ ଉପସ୍ଥିତ ଥିଲେ । ଚାପ୍ଟରର ସହ ଆବାହକ ବନମାଳି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଜୀବନ ସଦସ୍ୟ ଡ. ସୌରଭ ରଂଜନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।