ସ୍ୱେଚ୍ଛାସେବୀ ଯୁବକ ଯୋଗୀନ୍ଦ୍ର ମହାରଣାଙ୍କ ପରଲୋକ: ନର୍ଲାରୋଡରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ନର୍ଲାରୋଡର ସ୍ୱେଚ୍ଛାସେବୀ ଯୁବକ ଯୋଗିନ୍ଦ୍ର ମହାରଣା (ବୁଢା)ଙ୍କ ୪୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୨୦୨୦/୨୦୨୧ ମସିହା କରୋନା କାଳରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସେ ବ୍ରହ୍ମପୁର ଚାଲିଯାଇଥିଲେ। ସେଇଠି ସେ କିଡନୀ ଓ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏମସ୍ ଡାକ୍ତରଖାନା ଭୁବନେଶ୍ୱର ମଧ୍ୟ ନିଆ ଯାଇଥିଲା। ସେହି ଦିନଠୁଁ ସେ ପ୍ରାୟ ଅସୁସ୍ଥ ରହୁଥିଲେ। ଗତ ସପ୍ତାହରେ ତାଙ୍କ ହେହ ପୁଣି ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସ୍ୱାସ୍ଥ୍ୟବସ୍ଥାରେ ଅଳ୍ପ ପରିବର୍ତ୍ତନ ହେବାରୁ ତାଙ୍କୁ ଡାକ୍ତର ଘରକୁ ନେଇ ନେଇ ଘରେ ଯତ୍ନ କରିବା ପାଇଁ କହିଥିଲେ। ଶୁକ୍ରବାର ତାଙ୍କୁ ଘରକୁ ଅଣାଯାଥିଲା। ଘରେ ମଧ୍ୟ ଅକ୍ସିଜେନ ଲାଗିଥିଲା। ହେଲେ ଶନିବାର ରାତି ୭ ଘଣ୍ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଡାକ୍ତର କହିଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କ ଯତ୍ନ ନେଉଥିବା ତାଙ୍କ ଦାଦା ରମେଶ ମହାରଣା, ବାପା ନରସିଂହ ମହାରଣା, ମା, ତିନି ଭଉଣୀ ଗୀତା, ସବିତା, ମୀତା ଉପସ୍ଥିତ ଥିଲେ। ସର୍ଗିଗୁଡା ସାନ୍ଦୁଲ ନଦୀ ପାଶ୍ୱର୍ରେ ରହିଥିବା ସ୍ୱର୍ଗଦ୍ୱାର ଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାର ସମୟରେ କୈଳାସ ମହାରଣା, ରାଜା ପରିଡା, ନନ୍ଦକିଶୋର ଜେନା, ବାବୁଲା ରାଉତ, ଦୀପକ ଜେଠୁଆ, ରାଧେଶ୍ୟାମ ମହାରଣା, ଗଙ୍ଗା ମହାରଣା, ବାବୁ ଓଝା ପ୍ରମୁଖ ଉପସ୍ଥିତ ରହି ଦାହ ସଂସ୍କାରରେ ସହଯୋଗ କରିଥିଲେ। ବାପା ନରସିଂହ ମହାରଣା ଓ ଦାଦା ରମେଶ ମହାରଣା ମୁଖାଗ୍ନି ଦେଇଥିଲେ। ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.