ଆଇଆଇଏମ୍ କଜିକୋଡୁ ପରିଦର୍ଶନ କରିବେ କଳାହାଣ୍ଡିର ସିଆରସିସି ଅଜିତ ପ୍ରଧାନ ଓ ମିନତୀ ପ୍ରଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ରାଜ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ଶ୍ରେଷ୍ଠ ସିଆରସିସି ଭାବେ ମନୋନୀତ କଳାହାଣ୍ଡି ଜିଲ୍ଲାର ଦୁଇ ସିଆରସିସି ଅଜିତ କୁମାର ପ୍ରଧାନ ଓ ମିନତୀ କୁମାରୀ ପ୍ରଧାନ କେରଳର ଆଇଆଇଏମ୍ କଜିକୋଡୁ ପରିଦର୍ଶନ କରିବେ। ଏଥିପାଇଁ ଶ୍ରୀ ପ୍ରଧାନ ଓ ଶ୍ରୀମତୀ ପ୍ରଧାନ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦୁଇ ସିଆରସିସି ୫ଜୁନ ରୁ ୯ଜୁନ ପର୍ଯ୍ୟନ୍ତ କେରଳ ସ୍ଥିତ ଆଇଆଇଏମ୍ କାଜିକୋଡୁଠାରେ କଳାହାଣ୍ଡି ଜିଲ୍ଲାରୁ ପ୍ରତିନିଧିତ୍ଵ କରିବେ। ଏହା ପରେ ଆସନ୍ତା ୧୧ଜୁନରେ ଓସେପାରେ ରାଜ୍ୟ ପ୍ରକଳ୍ପ ସଂଯୋଜକଙ୍କ ଅଧ୍ୟକ୍ଷତାରେ ଏକ କନଫରେନ୍ସରେ ଯୋଗ ଦେବେ। ପ୍ରକାଶଯୋଗ୍ୟ ଯେ, ଶ୍ରୀ ପ୍ରଧାନ ସମ୍ପ୍ରତି ଗୋଲାମୁଣ୍ଡା ବ୍ଲକ ଉଛଲା କ୍ଳଷ୍ଟର ଓ ଶ୍ରୀମତୀ ପ୍ରଧାନ ଭବାନୀପାଟଣା ବାପୁଜୀ କ୍ଳଷ୍ଟରର ସିଆରସିସି ଭାବେ କାର୍ଯ୍ୟରତ। ଉଭୟେ ଜିଲ୍ଲାର ଶିକ୍ଷାର ମାନ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରିବା ସହ ଅଭିନବ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରୁ ଏହି ସିଆରସିସିଙ୍କ ସମେତ ରାଜ୍ୟର ୨୫ ଜଣ ସିଆରସିସି ଓ ୨ ଜଣ ନିର୍ଦ୍ଦେଶକ ଏହି କାର୍ଯ୍ୟକ୍ରମରେ ଯୋଗଦାନ୍ କରିବେ। ଉଭୟଙ୍କର ଏ ପ୍ରକାର ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଓ ଭବାନୀପାଟଣା ବିଇଓ ଆଚାରି ଶବର ଓ ଗୋଲାମୁଣ୍ଡା ବିଇଓ ଭବାନୀ ଶଙ୍କର ଯୋଶୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.