ଓଡ଼ିଆ ବାର୍ତ୍ତା/ କଟକ: ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ସଭାପତି ବରିଷ୍ଠ କବୀ, ସାହିତ୍ୟିକା, ଶିକ୍ଷାବିତ୍ ତଥା ଶ୍ରୀ ଅରବିନ୍ଦଙ୍କ ଜୀବନ ଦର୍ଶନ ଉପରେ ଗବେଷଣା ରତ ସାରସ୍ଵତ ସାଧିକା ସରୋଜ ନଳିନୀ ପରିଜାଙ୍କୁ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ (ଏସଏମସିଟି) ସୋଗଲ କିଶନନଗର ଏବଂ ସମ୍ପୂର୍ଣ୍ଣା ମିଡିଆ ଏଣ୍ଟରଟେନମେଣ୍ଟ ଆଣ୍ଡ ପବ୍ଲିକେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଯୁକ୍ତା ଦେବୀ ସ୍ମୁତି ସମ୍ମାନ ପ୍ରଦାନ କରାଯାଇଛି । ସଭାରେ ପ୍ରତିଷ୍ଠାନର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସହ ସମ୍ପାଦକ ମିର୍ଜା ସରାଫତ ହୁସେନ ବେଗ, ଶ୍ରାବନ୍ତିକା ମହାନ୍ତି, ଶୁଭେନ୍ଦୁ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପଥପ୍ରାନ୍ତେ ସମ୍ବାଦ ଏବଂ ସାହିତ୍ୟ ଭିତ୍ତିକ ଖବର କାଗଜ “ସମ୍ପୂର୍ଣ୍ଣା” ଲୋକାର୍ପଣ କାର୍ଯ୍ୟକ୍ରମ ଏବଂ ଏଥିରେ ପ୍ରକାଶିତ ଶ୍ରୀମତୀ ପରିଜାଙ୍କ ପ୍ରସ୍ତର ପ୍ରତିମା ଶୀର୍ଷକ କବିତାଟି ଖୁବ୍ ପାଠକୀୟ ସ୍ୱୀକୃତି ଲାଭ କରିଛି । ପ୍ରତିଷ୍ଠାନ ପକ୍ଷରୁ “ସମ୍ପୂର୍ଣ୍ଣା”ର ସଂପାଦକ ସମାଜସେବୀ ରାଜନେତା ସଂତୋଷ କୁମାର ରାଉତ ଏବଂ ସହ ସମ୍ପାଦକ ସାହିତ୍ୟିକ ଇଂ. ସେବକ ଶ୍ରୀକାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।





