ଏଥର ଜମିବ ଶ୍ରୀ ଶ୍ରୀ ରାମେଶ୍ବରଙ୍କ ଶିତଲ ଷଷ୍ଠୀ ଯାତ୍ରା 

ବିବାହ ପାଇଁ ସଂକଳ୍ପ ଓ ଶୁଭ ଥାଳ ଉଠିଲା

କନ୍ୟାପିତା ପ୍ରଶାନ୍ତ ସାମନ୍ତରା ସପତ୍ନୀକ ଓ ବରପିତା ଭାରତ ଭୂଷଣ ଜୈନ ସପତ୍ନୀକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଗକୁ ଆସୁଛି ଦେବ ଦମ୍ପତି ଙ୍କ ବିବାହ ଉତ୍ସବ। ଶୀତଳ ଷଷ୍ଠୀ ଯାତ୍ରା ପାଇଁ ମ.ରାମପୁରର ବିଜେ ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିରରେ ଆଜି ପ୍ରାରମ୍ଭିକ କାର୍ଯ୍ୟକ୍ରମ ସଂକଳ୍ପ ଓ ଶୁଭ ଥାଳ ଉଠିଛି। ଏଥର ଜଗତଜନନୀ ମାତା ପାର୍ବତୀଙ୍କ ପିତା ମାତା ଦାୟିତ୍ଵ ସପତ୍ନୀକ ବିଶିଷ୍ଟ ଶିଳ୍ପପତି ପ୍ରଶାନ୍ତ ସାମନ୍ତରା ଓ ସଂଯୁକ୍ତା ସାମନ୍ତରା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପ୍ରଭୁ ଶ୍ରୀ ଶ୍ରୀ ବିଜେ ରାମେଶ୍ବରଙ୍କ ପିତା ମାତା ଦାୟିତ୍ଵ ସପତ୍ନୀକ ବିଶିଷ୍ଟ ବ୍ୟବସାୟୀ ଭାରତ ଭୂଷଣ ଜୈନ ଓ ପୁନମ ଜୈନ ଦାୟିତ୍ଵ ଗ୍ରହଣ କରିଛନ୍ତି। ଉଭୟେ ଆଜି ଶୁଭ ଥାଳ ଗ୍ରହଣ କରିଛନ୍ତି। ପୂଜାର୍ଚ୍ଚନା କାର୍ଯ୍ୟ ପିତାମ୍ବର ତ୍ରିପାଠୀ, ଅମରେଶ ଶତପଥୀ ସମାପନ କରିଥିଲେ। ଶ୍ରୀ ଶ୍ରୀ ବିଜେ ରାମେଶ୍ବର ମନ୍ଦିର କମିଟିର ସଭାପତି ଚିତ୍ତ ରଂଜନ ବାଗ, ଉପସଭାପତି ଯୁଗଳ କିଶୋର ପ୍ରହରାଜ, ସମ୍ପାଦକ ଶିବ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଥିଲେ। ଚଳିତ ବର୍ଷ ଆଗାମୀ ୧୦ ଓ ୧୧ ତାରିଖ ଦୁଇ ଦିନ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ମହା ସମାରୋହରେ ପାଳିତ ହେବ ବୋଲି ସମ୍ପାଦକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ୧୦ ତାରିଖରେ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ଶିବ ମନ୍ଦିରରୁ ବାହାରି ନଗର ପରିକ୍ରମା କରି କନ୍ୟାପିତା ବିବାହ ସ୍ଥଳୀ ଗୌଡ଼ ପଡା ଶ୍ରୀ ରାଧାକୃଷ୍ଣ ମନ୍ଦିରକୁ ଯାଇ ସେଠାରେ ବୈଦୀକ ରୀତିରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ସମାପନ ସହ ପରଦିନ ୧୧ ତାରିଖ ସନ୍ଧ୍ୟା ରେ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଦେବ ଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.