ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ଚାରିଆଡେ ସାବିତ୍ରୀ ବ୍ରତ ପାଳନ ହୋଇଛି। ନର୍ଲାରୋଡ ଶିବ ମନ୍ଦିର, ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର, ନର୍ଲା ତ୍ରିନାଥ ମନ୍ଦିର ପ୍ରଭୃତି ସ୍ଥାନରେ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିଲେ ମହିଳାମାନେ। ସ୍ୱାମୀର ଶୁଭ ମନାସୀ ଘରେ ଘରେ ସାଧବା ନାରୀ ମାନେ ଏହି ବ୍ରତ ପାଳନ କରିଥିଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନର୍ଲା ବ୍ଲକର ସର୍ଗିଗୁଡା ପ୍ରହରୀ (ନାମଯଜ୍ଞ) ମଣ୍ଡପ ଠାରେ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ସଧବା ନାରୀମାନେ। ଠାକୁରଙ୍କ ସମୀପରେ ଦୀପ ଜାଳି ନାରିକେଲ, କଦଳୀ, ବିଭିନ୍ନ ପ୍ରକାରର ଫୁଲ, ଫଳ ଅର୍ପଣ କରି ଭୋଗ ଲାଗି କରିଥିଲେ। ଏହାପରେ ସାବିତ୍ରୀ ବ୍ରତ କଥା ଶୁଣିଥିଲେ ସାଧବା ନାରୀ ମାନେ। ପଣ୍ଡିତ ଦୁଃଖୀଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ସର୍ଗିଗୁଡାର ଯୁବଗୋଷ୍ଠୀ ପ୍ରହରୀ ମଣ୍ଡପ ଠାରେ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ।