ଅସହାୟଙ୍କ ସେବା ପାଇଁ ପରିଚିତ ସମାଜସେବୀ ଅଙ୍କିତ ସେଠୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଯେଉଁ ସମୟରେ ଅସହାୟ ଲୋକ ଦେଖନ୍ତି ସେତେବେଳେ ତାଙ୍କ ସେବା ପାଇଁ ଆଗରେ ଥାଆନ୍ତି ସମାଜସେବୀ ଅଙ୍କିତ ସେଠୀ। ଦୁର୍ଘଟଣା ସମୟରେ ରୋଗୀକୁ ଡାକ୍ତରଖାନାକୁ ଆଣିବାଠୁ ନେଇକି ତା’ର ଯତ୍ନ ନେବା ପଯ୍ୟନ୍ତ ସବୁବେଳେ ପ୍ରଶଂସା ପାଇଛନ୍ତି ଶ୍ରୀ ସେଠୀ। ଏହା ସହ ରକୃଦାନ କରିବା ସହିତ ରକ୍ତ ଅଭାବ ସମୟରେ ରକ୍ତ ଯୋଗାଣ ମଧ୍ୟ କରିଥାନ୍ତି। ଆଜି ଧର୍ମଗଡ଼ ଚିକିତ୍ସାଳୟ ଠାରେ ଜୁନାଗଡ଼ ବ୍ଲକ ଚିଚେଇଗୁଡ଼ା ଗାଁର ସାଇଲେନ୍ଦ୍ରି ଟାକରିକୁ ଅତ୍ୟନ୍ତ ଜରୁରୀ ଆବଶ୍ୟକ ହୋଇଥିଲା ‘ଓ’ ପଜିଟିଜ ରକ୍ତ ଦାନ କରି ଜୀବନ ବଂଚାଇଲେ ରକ୍ତ ଦାତା ମୋହିତ ଭର୍ମା। ସ୍ଥାନୀୟ ରକ୍ତ ଭଣ୍ଡାରରେ ବର୍ତ୍ତମାନ ଦେଖା ଦେଇଥିବା ରକ୍ତର ସଙ୍କଟ ବେଳେ ଏଭଳି ଅସମୟରେ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡି ଦ୍ଵାରା ରକ୍ତ ଯୋଗାଣ ସଫଳ ହୋଇଛି ବୋଲି ଜଣାପଡିଛି। ଚିଚେଇଗୁଡ଼ା ଗ୍ରାମର ଟାକରି ପରିବାର ଲୋକେ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡିର ଧର୍ମଗଡ଼ ଏନଏସି ସମ୍ପାଦକ ଅଙ୍କିତ ସେଠୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ତୁରନ୍ତ ଅଙ୍କିତ ସେଠୀ  ମୋହିତ ଭର୍ମା ନାମଙ୍କ ଜଣେ ବ୍ୟକ୍ତିଙ୍କୁ ନେଇ ରକ୍ତଦାନ କରାଇଛନ୍ତି। ଅଙ୍କିତ ସେଠୀ ତାଙ୍କ ଜନ୍ମଦିନ ଉପଲକ୍ଷେ ନିଜେ ମଧ୍ୟ ରକ୍ତଦାନ କରିଛନ୍ତି। ଏହି ସହଯୋଗ ସମୟରେ ତାଙ୍କ ସହିତ ଧଗ ନାଏକ, ଗୋବିନ୍ଦ ସାହୁ, ଅଜୟ ସୁନାନି, ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ସମସ୍ତେ ଉପସ୍ଥିତ ଥିଲେ। ଶ୍ରୀ ସେଠୀ ଅନେକ ଥର ରକ୍ତ ଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଏଭଳି ଗ୍ରୀଷ୍ମ ପ୍ରବାହରେ ରକ୍ତର ସଙ୍କଟ ବେଳେ ନୂତନ ଯୁବ ପୀଢ଼ି ରକ୍ତ ଦାନ କରିବାକୁ ଓ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ଧର୍ମଗଡ଼ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡିର ଧର୍ମଗଡ଼ ଏନଏସି ସମ୍ପାଦକ ଅଙ୍କିତ ସେଠୀ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.