ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆତଙ୍କବାଦୀଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ସୂଚନା ମୁତାବକ ଏହି ଆତଙ୍କବାଦୀ ଆକ୍ରମଣ ଜମ୍ମୁର ରିୟାସୀ ଅଞ୍ଚଳରେ ହୋଇଛି । ଶିବଖାଡି ମନ୍ଦିର ଦର୍ଶନ ସାରି ବୈଷ୍ଣବ ଦେବୀ ଯାଉଥିବା ବେଳେ ଆତଙ୍କବାଦୀମାନେ ବସ୍ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ବସ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ଏକ ନାଳ ମଧ୍ୟକୁ ଖସି ପଡିଥିଲା । କୁହାଯାଉଛି କି, ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ । ସଦ୍ୟ ସୂଚନା ମୁତାବକ ଏପର୍ଯ୍ୟନ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.