ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ଛାତ୍ରମାନଙ୍କ ସଫଳତା : ଜେ.ଏନ.ୟୁ, ନୂଆଦିଲ୍ଲୀରୁ ହେଲେ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଫଳତାର ତାଲିକାରେ ଆଉ ଦୁଇ ଛାତ୍ରଙ୍କ ନାମ ଯୋଡିହୋଇ ଯାଇଛି। ଚଳିତ ବର୍ଷ ବିଶ୍ବ ପରିବେଶ ଦିବସ ଅବସରେ ପରିବେଶ ସୂଚନା, ସଚେତନତା, ଦକ୍ଷତା ବୃଦ୍ଧି ଏବଂ ଜୀବିକା କାର୍ଯ୍ୟକ୍ରମ (EIACP) ଓ ପରିବେଶ ବିଜ୍ଞାନ ବିଦ୍ୟାଳୟ, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀ ଦ୍ବାରା ‘ଜୈବ ବିବିଧତା ଏବଂ ପରିବେଶ ଉପରେ ପ୍ରଭାବ’ ପ୍ରସଙ୍ଗ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ଦ୍ୱିତୀୟ ସେମିଷ୍ଟାରର ଛାତ୍ର ସୌରଭ କୁମାର ନାୟକ ଡିଜିଟାଲ୍ କଳା/ ଚିତ୍ରାଙ୍କନରେ ତୃତୀୟ ସ୍ଥାନ ଓ କ୍ଷୁଦ୍ର ପ୍ରବନ୍ଧ ରଚନାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରବନ୍ଧର ବିଷୟ ରହିଥିଲା ‘ଭୂମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ସ୍ଥିରତା: ଏକ ସ୍ଥାୟୀ ଭବିଷ୍ୟତ ଆଡକୁ’ ।ଏଥିସହିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସଞ୍ଜିତ କୁମାର ସାହୁ, ବିଶ୍ୱ ପରିବେଶ ଦିବସ-୨୦୨୪ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ଜଣେ ପି.ଏଚ୍.ଡି ସ୍କଲାର / ବରିଷ୍ଠ ଗବେଷଣାରତ ଛାତ୍ର । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏହି ଛାତ୍ର ଦ୍ଵୟଙ୍କ ସଫଳତା ହାସଲ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.