ଅନୁଷ୍ଠିତ ହେଲା ‘ପ୍ରଜାପତି’ର ଦିଗ୍‌ବଳୟସ୍ପର୍ଶୀ ସନ୍ଧ୍ୟା ‘ହୋରାଇଜନ୍’ : ନୂଆ ପାଠକକୁ ଚିହ୍ନାଇବାର ମଞ୍ଚ ହେଲା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସାଂପ୍ରତିକ ବିଶ୍ଵାୟତନରେ ଆମ ଭାଷା ସାହିତ୍ୟ ଅଦୃଶ୍ୟ ଅପହଞ୍ଚ ସ୍ଥାନରେ କୋଣଠେସା ଖାଇ ପଡ଼ିରହୁଥୁବାର ଅନେକ ଦୃଷ୍ଟାନ୍ତ ଆମକୁ ଚୁପ୍ କରି ରଖୁଥୁଲା ବେଳେ ବାଲେଶ୍ବରର ‘ପ୍ରଜାପତି’ ଅନୁଷ୍ଠାନର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଏକ ଅଭିନବ ସାରସ୍ବତ ପ୍ରୟାସ ‘ଦିଗ୍‌ବଳୟ’ ପାଠକ ସନ୍ଧ୍ୟା ସ୍ଥାନୀୟ ‘ଆତିଥ୍ୟ’ ଭବନରେ ଅନୁଷ୍ଠିତ ହୋଇଯାଇଛି । ଫକୀରମୋହ‌ନ ତଥା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ଏତାଦୃଶ ଅଭିନବ ‘ଦିଗବଳୟ’ ସନ୍ଧ୍ୟାକୁ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ଓ ଜ୍ଞାନର ବିକାଶ ଘଟିଲେ ମନ ଅନ୍ତରାଳରେ ଥୁବା ସତ୍ୟତାକୁ ଅନୁଭବ କରି ହୁଏ ଓ ଏହାକୁ ହିଁ ସାହିତ୍ୟ କୁହାଯାଏ । ଏକ ବୌଦ୍ଧିକ ସଚେତନତାର ସର୍ଭେ ଉପସ୍ଥାପନ କରି ବିବିଧ ଭାଷାର ସାହିତ୍ୟ ପଠନ ନ କଲେ ଆମ୍ଭେ ଅଂଧକାର ଭିତରେ ରହିଯିବୁ ବୋଲି ସେ ସତର୍କ କରାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବହୁବିଧ ପୁସ୍ତକପାଠର ସଫଳ ନମୂନା ସଦୃଶ ଇଂଜିନିୟରିଂ ପଢୁଥିବା ଯୁବ ପାଠିକା ପ୍ରୀତିକ୍ରିଷ୍ଣା ଦାସ୍ ଏକ ଆଲୋକିତ ଉଦାହରଣ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ପାଇଁ । ସୁନ୍ଦର ଚିନ୍ତାଟିଏ ମନଭିତରେ ବାନ୍ଧି ହୋଇଗଲେ ତାହା ମଣିଷକୁ ସତ୍‌ମାର୍ଗ ଦେଖାଇ ସାହସ ପ୍ରଦାନ କରିଥାଏ । ଏହା ପଠନର ଶ୍ରେଷ୍ଠ ଉପହାର। ଇଞ୍ଜିନିୟରିଂରେ ଗବେଷଣାରତ ପ୍ରୀତିକ୍ରିଷ୍ଣା ଓଡ଼ିଆ ଭାଷାର ତାଙ୍କ ପ୍ରିୟ ପୁସ୍ତକ ଗୋଦାବରୀଶ ମହାପାତ୍ରଙ୍କ ‘ଶ୍ରେଷ୍ଠଗଳ୍ପ’, ବିଭୂତି ପଟ୍ଟନାୟକଙ୍କ ‘ବଧୁ ନିରୂପମା’, ହିନ୍ଦୀ ଭାଷାର ପ୍ରେମଚାନ୍ଦଙ୍କ ‘ଗୋଦାନ’ ଏବଂ ଇଂରାଜୀ ଭାଷାର ସେକ୍‌ସପିୟରଙ୍କ ‘ହେମଲେଟ୍’ ନାଟକ, ଟଲଷ୍ଟୟଙ୍କ ‘ଦ୍ୱାର ଏଣ୍ଡ୍ ପିସ୍’ ଉପନ୍ୟାସ, ସମକାଳର ଭାରତୀୟ ଔପନ୍ୟାସିକ ଚେତନ ଭଗତ୍‌ଙ୍କ ‘ଶ୍ରୀ ମିଷ୍ଟେକ୍ସ ଅଫ୍ ଲାଇଫ୍’ ତଥା ଅଜୟ ପାଣ୍ଡେଙ୍କ ‘ୟୁ ଆର୍ ମାଇଁ ବେଷ୍ଟ ୱାଇଫ୍’ ଉପନ୍ୟାସର ମୂଳସୂତ୍ର ଆଲେଖ୍ୟ ରଖି ‘ସାହିତ୍ୟ ଗଣିତ ନୁହେଁ, ଏହା ଏକ ତୀବ୍ର ଅନୁଭବ’ ବୋଲି ମତବ୍ୟକ୍ତ କରି ଶ୍ରୋତ୍ରୁବର୍ଗଙ୍କୁ ବିମୋହିତ କରିଥିଲେ । ଏହି ଉଚ୍ଚତର ଭାବାବେଗମିଶ୍ରିତ ଆସରରେ କବି ଶ୍ରୀଦେବ, କବି–ଗାଳ୍ପିକ ଗଙ୍ଗାଧର ବିଶ୍ବାଳ, କବି-ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଶଶିରଂଜନ ମଲ୍ଲିକ ଏବଂ କବି-କ୍ରିଟିକ୍ ଉତ୍ପଳ ମହାନ୍ତି ଅତିଥି ଭାବେ ଯୋଗ ଦେଇ ନିଜ ନିଜର ପାଠକୀୟତା ସଂପର୍କିତ ସ୍ଵତନ୍ତ୍ର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ତଥା ଶେଷୋକ୍ତି ପ୍ରଜାପତିର ‘ସଂପାଦକ’ ରାଜେଶ ଗିରି ରଖିଥୁଲା ବେଳେ ସଦସ୍ୟ ଅରଜିତ୍ ଦାସ, ପାର୍ଥ ସାରଥୀ ସାହୁ, ବିପ୍ଳବ ଦାସ ମହାପାତ୍ର, ସରସ୍ବତୀ ଭୋଇ, ପ୍ରତିମା ତ୍ରିପାଠୀ ଏବଂ ପ୍ରୀତିକ୍ରିଷ୍ଣାଙ୍କ ମା’ ପ୍ରେୟସୀ ମହାପାତ୍ର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।ସୂଚନାଯୋଗ୍ୟ ଯେ କୁଳପତି ଡ. ତ୍ରିପାଠୀ ତରୁଣ ପାଠକପାଠିକାଙ୍କୁ ଉତ୍ସାହିତ କରିବା ନିମିତ୍ତ ଏହାର ଦ୍ବିତୀୟ ପାଠକୀୟ ମଞ୍ଚ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଲେଖକଲେଖିକା, ବୁଦ୍ଧିଜୀବୀ, ପାଠକପାଠିକା ଉପସ୍ଥିତ ଥିଲେ । ଦୁଇ ମାସ ଅନ୍ତରରେ ଏଭଳି କାର୍ଯ୍ୟକ୍ରମ କରାଯାଇ ଯୁବପିଢିର ଜଣେ ଜଣେ ପାଠକଙ୍କୁ ପ୍ରୋତ୍ସାହିତ କରିଯିବ ବୋଲି ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ ଦାସ ଘୋଷଣା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.