କଳାହାଣ୍ଡି ଭାଗରେ ପଡିଲାନି ମନ୍ତ୍ରୀ ପଦ

ଏବେ ବିଜେପି ହାତରେ ଓଡ଼ିଶାର ଶାସନ ଡୋରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଗଠିତ ହୋଇଛି ଭାରତୀୟ ଜନତା ପାର୍ଟିର ସରକାର। ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି ମୋହନ ମାଝୀ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତରେ ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ତାଙ୍କ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସପଥପାଠ କରିଛନ୍ତି। ତେବେ କଳାହାଣ୍ଡି ମନ୍ତ୍ରୀ ଶୁନ୍ୟ ରହିଛି। ଏହି ଜିଲ୍ଲା ଭାଗରେ ପଡ଼ିନାହିଁ ମନ୍ତ୍ରୀ ପଦ। କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ୭ ଗୋଟି ବିଧାନ ସଭା କ୍ଷେତ୍ର ରହିଥିବା ବେଳେ ଧର୍ମଗଡ଼ରେ ହିଁ ଜଣେ ମାତ୍ର ବିଜେପି ବିଧାୟକ ଭାବରେ ସୁଧୀର ପଟ୍ଟଯୋଶୀ ନିର୍ବାଚିତ ହୋଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ସାଂସଦୀୟ କ୍ଷେତ୍ରର ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେଡ଼ି ୫, ବିଜେପି ୧ ଓ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି। ତେବେ ବିଜେପି ବିଧାୟକ ଭାବରେ ନିର୍ବାଚିତ ହୋଇ କଳାହାଣ୍ଡିରେ ବିଜେପିର ସମ୍ମାନ ରକ୍ଷା କରିଥିବା ଧର୍ମଗଡ଼ ବିଧାୟକ ସୁଧିର ପଟ୍ଟଯୋଶୀଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଜିଲ୍ଲାବାସୀ ଆଶା କରୁଥିଲେ। ତେବେ ସେମାନଙ୍କ ଆଶା ନିରାଶାରେ ପରିଣତ ହୋଇଛି। କଳାହାଣ୍ଡି ଭାଗରେ ଏଥର ପଡ଼ିନାହିଁ ମନ୍ତ୍ରୀ ପଦ। ଯାହାକୁ ନେଇ  ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.