ଦକ୍ଷିଣ କୋରିଆରୁ ଟାଏକୋଣ୍ଡୋ ପ୍ରଶିକ୍ଷଣ ନେଇ ଫେରିଥିବା ପୁରୀର ମନମୋହନ ଓ ଅଭିଜିତଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ପୁରୀ: ବିଶ୍ୱସ୍ତରୀୟ ଟାଏକୋଣ୍ଡୋ ପ୍ରଶିକ୍ଷଣ ଶିବିର ଦକ୍ଷିଣ କୋରିଆର ମୁଜୁଠାରେ ଅନୁଷ୍ଠିତ ହୋଇଯାଇଛି ।ମଇ ୩୧ ରୁ ଜୁନ ୯ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ବିଶ୍ୱର ୧୪ଟି ଦେଶରୁ ୬୧ଜଣ ବଛା ବଛା କ୍ରୀଡାବିତ ପ୍ରଶିକ୍ଷଣ ନେଇଥିଲେ । ସେମାନେ ପ୍ରୋଗ୍ରାମ ର ମୂଖ୍ୟ ଚୁଲମୀନଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ । ପୁରୀର ଦୁଇ କ୍ରୀଡାବିତ ମନମୋହନ ଭଞ୍ଜ ଓ ଅଭିଜିତ ସାହୁ ଏହି ପ୍ରଶିକ୍ଷଣ ପାଇଁ ଦକ୍ଷିଣ କୋରିଆ ଯାଇଥିଲେ । ସେମାନେ ଫେରିବା ପରେ ପୁରୀରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ଓଡିଶା ଟାଏକୋଣ୍ଡୋ ସଂଘର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ, ଧବଳେଶ ମହାପାତ୍ର ଓ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିିତ ଥିଲେ । ପ୍ରଶିକ୍ଷକ ମନମୋହନ ଭଞ୍ଜ ୨୦୨୩ ଜୁଲାଇ ମାସରେ ଅନ୍ତର୍ଜାତୀୟ ମାଷ୍ଟର ଇନ୍‌ଷ୍ଟ୍ରକ୍ଟର ଏବଂ ବ୍ଲାକ ବେଲ୍ଟ ପରୀକ୍ଷକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛନ୍ତି । ଖାଲି ଏତିକି ନହେଁ ସେ ମଧ୍ୟ ଓଡ଼ିଶା ତାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦିତ କରିଆସୁଛନ୍ତି । ସେହିଭଳି ମନୋନୀତ ହୋଇଥିବା ପ୍ରଶିକ୍ଷକ ଅଭିଜିତ୍ ସାହୁ ଜାତୀୟସ୍ତରର ଜଣେ ସୁନାମଧନ୍ୟ ପ୍ରଶିକ୍ଷକ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.