ମଦ ତିଆରି ପାଇଁ ମାଟି ତଳେ ପୋତିଥିଲେ ମହୁଲ ପୋଚ : ଜବତ କରି ନଷ୍ଟ କଲା ଅବକାରୀ ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନର୍ଲା ଥାନା ସାପଦୁହୁନି ନିକଟସ୍ଥ ଜଙ୍ଗଲରେ ଦୀର୍ଘ ଦିନ ଧରି ବ୍ୟାପକ ପରିମାଣର ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଅବକାରୀ ବିଭାଗ ସାପଦୁହୁନି ଜଙ୍ଗଲରେ ଚଢ଼ାଉ କଲାବେଳେ ଜଙ୍ଗଲ ଭିତରେ ମାଟିତଳେ ଶହ ଶହ ଡ୍ରମ ମହୁଲ ପୋଚ ପୋତା ଯାଇଥିବାବେଳେ ବାହାରେ ଚାଲିଥିଲା ମଦ ପ୍ରସ୍ତୁତି। ଅବକାରୀ ବିଭାଗକୁ ଦେଖି ମଦ ମାଫିଆମାନେ ଛତ୍ରଭଙ୍ଗ ଦେଇଥିବାବେଳେ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ କର୍ମଚାରୀମାନେ ଶହଶହ ଲିଟର ମହୁଲ ପୋଚ ଢାଳି ନଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ମହାମାରୀ କରୋନା ସମୟରେ ସବୁଆଡେ ଲକଡାଉନ ହୋଇଥିବାବେଳେ ଲାଞ୍ଜିଗଡ-ନର୍ଲା ସୀମାନ୍ତରେ ମଦ ମାଫିଆମାନେ ଦେଶୀ ରନ୍ଧା ମଦ ପ୍ରସ୍ତୁତି ଓ ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେତେବେଳେ ଅଞ୍ଚଳରେ ଦେଶୀ ରନ୍ଧା ମଦ ପ୍ରସ୍ତୁତି କୁଟୀର ଶିଳ୍ପ ପାଲଟିଥିବାବେଳେ ଲାଇସେନ୍ସ ପ୍ରାପ୍ତ ଦେଶୀ, ବିଦେଶୀ ମଦ ଦୋକାନ ସବୁ ବନ୍ଦ ଥିବାରୁ ଏହି ମଦ ବ୍ୟବସାୟୀମାନେ ନକଲି ଓ ବିଷାକ୍ତ ମଦ ତିଆରି କରି ବେଶ ମାଲାମାଲ ହୋଇଥିଲେ। ଏବେ ବି ସେଇ ମଦ ବେପାରୀମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବାବେଳେ ହଜାର ହଜାର ଲିଟର ମଦ ତିଆରି କରି ଜିଲ୍ଲା ଓ ଜିଲ୍ଲା ବାହାରକୁ ଚୋରାଚାଲାଣ କରୁଛନ୍ତି। ସେହିପରି ସ୍ପିରିଟ, ୟୁରିଆ, ସୋଲୁସନ ମିଶାଇ ନକଲି ଓ ବିଷାକ୍ତ ମଦ ତିଆରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ସେହିପରି କମ ଦାମରେ ଦମଦାର ନିଶା ସେବନର ଲୋଭରେ ପଡ଼ି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ଏଇ ମଦ ପିଇ ସର୍ବସ୍ୱାନ୍ତ ହେବା ଭଳି ଅକାଳରେ ଜୀବନ ହାରିବାର ବି ନଜିର ରହିଛି। ଏଣୁ ନୂଆ ସରକାର ମଦ ବନ୍ଦ ନକଲେ ନାହିଁ, ନକଲି ଓ ବିଷାକ୍ତ ମଦ କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.