ସୁମିତ ନାଗଲ ବ୍ୟାଙ୍କ ଅଫ୍‌ ବରୋଦାର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ବରୋଦାର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଭାରତୀୟ ଟେନିସ୍‌ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି। ଏପରିକି ଉଦୀୟମାନ ତଥା ପ୍ରତିଭାବାନ ଏବଂ ଉଚ୍ଚାକାଂକ୍ଷୀ ଭାରତୀୟ କ୍ରୀଡ଼ାବିତମାନେ ବିଶ୍ୱସ୍ତରରେ ଶ୍ରେଷ୍ଠ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ପାଇଁ ବ୍ୟାଙ୍କର ଦୀର୍ଘଦିନର ନୀତି ସହିତ ଏହି ପଦକ୍ଷେପ ନିଆଯାଇଛି। ୨୬ ବର୍ଷ ବୟସ୍କ ସୁମିତ ନାଗଲଙ୍କୁ ବ୍ୟାଙ୍କ ପକ୍ଷରୁ ରଣନୀତିକ ଭାବେ ଏହି ସେଗମେଣ୍ଟ ପାଇଁ ଡିଜାଇନ୍‌ କରାଯାଇଥିବା ବିଭିନ୍ନ ପ୍ରଡକ୍ଟ ସହିତ ଯୁବକ ଏବଂ ନୂଆ ପିଢ଼ିର ଗ୍ରାହକଙ୍କୁ ଟାର୍ଗେଟ କରାଯିବ। ସୁମିତ ବିଓବି ଏଣ୍ଡୋର୍ସର ଏକ ଚମତ୍କାର ଲାଇନ୍‌ ଅପ୍‌ରେ ସାମିଲ ହୋଇଛନ୍ତି, ଯେଉଁଥିରେ ବ୍ୟାଡମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ କ୍ରିକେଟ୍‌ର ଯୁବ ଆଇକନ୍‌ ଶେଫାଲି ବର୍ମା ରହିଛନ୍ତି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ଭାରତର କିଛି ପ୍ରତିଭାବାନ କ୍ରୀଡ଼ା ପ୍ରତିଭାଙ୍କ ସହ ଭାଗୀଦାରି କରିବା ଏବଂ ସେମାନଙ୍କ କ୍ୟାରିୟରର ପ୍ରାରମ୍ଭରେ ସହଯୋଗ କରିବାର ସମୃଦ୍ଧ ପରମ୍ପରା ରହିଛି। ବିଓବି ପରିବାରରେ ସୁମିତ ନାଗଲଙ୍କୁ ସ୍ବାଗତ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ସୁମିତ ନାଗଲ କହିଛନ୍ତି, ବିଓବି ସହ ସାମିଲ୍‌ ହୋଇ ମୁଁ ଗର୍ବ ଅନୁଭବ କରୁଛି ଏବଂ ମୋ ଉପରେ ଭରସା ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.