ଉଲୁଣ୍ଡାରୁ ବାହାରିଲା ଜନସଂଖ୍ୟା ନିୟନ୍ତ୍ରଣ ସଚ଼େନେତା ରଥ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହି ସଚ଼େନେତା ରଥକୁ ଡ଼ାକ୍ତରଖାନା ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବ୍ୟାପକ ସଚ଼େତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଗାମୀ ୧୩ ତାରିଖ ଯାଏଁ ଉଲୁଣ୍ଡା ବ୍ଳକର ଗ୍ରାମକୁ ଗ୍ରାମ ଏହି ରଥ ବୁଲିବ। ଏହା ବ୍ୟତିତ ପୋଷ୍ଟର, ଲିଫଲେଟ ବଣ୍ଟନ, ସ୍ଵାସ୍ଥ୍ୟ କାନ୍ଥରେ ବାର୍ତ୍ତା, ଗୃପ ମିଟିଂ ଆଦି ଆୟୋଜନ କରି ଲୋକଙ୍କୁ ପରିବାର ନିୟୋଜନ ପଦ୍ଧତି ଅବଲମ୍ବନ କରିବାକୁ ସଚ଼େତନ କରାଯିବା ପାଇଁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି। ୧୧ ଜୁଲାଇରୁ ୨୪ ଜୁଲାଇ ଯାଏଁ ଜନସଂଖ୍ୟା ସ୍ଥିରତା ପକ୍ଷରେ ଲୋକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚ଼ାର, ଆୟୁସିଡ଼ି, ଅନ୍ତରା, କଣ୍ଡୋମ, ଗର୍ଭ ନିରୋଧକ ବଟିକା ଆଦି ସେବା ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ବିନା ମୂଲ୍ୟରେ ଯୋଗାଇ ଦେବାର ଯୋଜନା ରହିଛି। କାର୍ଯ୍ୟକ୍ରମଟି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ସୁଧାଂଶୁ ଶେଖର ସେଠୀ, ଏଏନଏମ ମହେଶ୍ୱତା ମହାଲିଙ୍ଗ, ଡ଼ାକ୍ତରଖାନା କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.