ରେଳବାଇ ବିଭାଗର ପୋଲ ସ୍ଥାନାନ୍ତର କାର୍ଯ୍ୟକ୍ରମ: ୫ ଦିନ ହେଲା ସର୍ଗିଗୁଡାକୁ ଜଳ ଯୋଗାଣ ଠପ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାକୁ ଆରଡବ୍ଲୁଏସଏସ ତରଫରୁ ଜଳ ଯୋଗାଣ ଚାଲିଛି । ସର୍ଗିଗୁଡା ସାନ୍ଦୁଲ ନଦୀରେ ଏଥିପାଇଁ ରହିଛି ଦୁଇଗୋଟି ଇନଟେକ କୂଅ । ଆଉ ଏହି କୂଅରୁ ନର୍ଲା ଭବାନୀପାଟଣା- ଭୁବନେଶ୍ୱର ରାଜ୍ୟ ରାଜପଥ ମୁଖ୍ୟରାସ୍ତା କଡଦେଇ ନର୍ଲା ପର୍ଯ୍ୟନ୍ତ ରାସ୍ତା କଡରେ ପାଇପ ପୋତା ହୋଇ ଚାଲିଛି ପାନୀୟ ଜଳ ଯୋଗାଣ । ସେହିଭଳି ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସର୍ଗିଗୁଡା, ନର୍ଲାରୋଡ, ଡିଗିରାପଡା ଓ ବେହେରାପାଟି ଗାଁକୁ ଚାଲିଛି ପାନୀୟ ଜଳ ଯୋଗାଣ । ହେଲେ ମୁଖ୍ୟ ରାସ୍ତା ଉପରେ ସର୍ଗିଗୁଡା ଗାଁ ମଝି ଦେଇ ଦକ୍ଷିଣ-ପୂର୍ବ ରେଳ ଯାଇଥିବାରୁ ନର୍ଲା ଓ ସର୍ଗିଗୁଡାକୁ ରେଳ ଲାଇନ ପୋଲ ତଳ ଦେଇ ପାନୀୟ ଜଳ ଯୋଗାଣ ପାଇପ ପଡିଛି । ହେଲେ ଗତ ଜୁଲାଇ ୪ ତାରିଖ ଦିନ ସର୍ଗିଗୁଡାକୁ ଜଳ ଯୋଗାଣ ପାଇଁ ପାଇପ ଆସିଥିବା ପୋଲ ସ୍ଥାନାନ୍ତରଣ କାମ ଆରମ୍ଭ କଲା ରେଳବାଇ ବିଭାଗ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶ ଯୋଗ୍ୟଯେ ସର୍ଗିଗୁଡା ଲେବୁଲ କ୍ରସିଂ ଫାଟକ ନିକଟସ୍ଥ ପୋଲ ତଳେ ପାନୀୟ ଜଳ ଯୋଗାଣ ପାଇପ ଏବଂ ନର୍ଲା ଗ୍ରୀଡରୁ ଛତିକୁଡା ସପ୍ଲାଇ ପାଇଁ ବିଦ୍ୟୁତ ତାର ମଧ୍ୟ ଅତିକ୍ରମ କରିଛି । ଏଣୁ ରେଳବାଇ ବିଭାଗ ତରଫରୁ କାମ ଆରମ୍ଭ କରିବାର ୧୫ ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ଏହି ଦୁଇଗୋଟି ବିଭାଗକୁ ରେଳବାଇ ବିଭାଗ ନୋଟିସ କରି ବିଦ୍ୟୁତ ଏବଂ ପାନୀୟ ଜଳ ସପ୍ଲାଏ ପାଇପ କିଛିଦିନ ପାଇଁ ଘୁଞ୍ଚାଇବା ନିମନ୍ତେ ସୂଚନା ଦିଆଯାଇଥିଲା । ହେଲେ ରେଳବାଇ ବିଭାଗର ନୋଟିସ ଯେଉଁ ଦିନ ରେଳ ଲାଇନ ତଳ ପୋଲକାମ କରିବା ପାଇଁ ତାରିଖ ସ୍ଥିରିକୃତ ହୋଇଥିଲା । ସେବେ କାମ ଆରମ୍ଭ କରାନଯାଇ ଅନ୍ୟଏକ ତାରିଖରେ କରାଯିବାରୁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇ ପାରିଲେ ନାହିଁ । ଆଉ ଏମିତିରେ ବି ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣ ଭଳି ମୌଳିକ ସମସ୍ୟାକୁ ୧୫ ଦିନ ପୂର୍ବରୁ ବିଛିନ୍ନ ପାଇଁ ରେଳ ବିଭାଗ ନୋଟିସ୍ ଦେବା ଓ ୧୫ ଦିନ ଧରି ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣ ବନ୍ଦ ରହିବା ସମ୍ଭବପର ନୁହଁ । ରେଳବାଇ ବିଭାଗର କାମ କରିବା ସଠିକ ତାରିଖ ଏହି ଦୁଇ ବିଭାଗ ଜାଣିପାରି ନଥିଲେ । ଆଉ ହଠାତ ରେଳବାଇ ବିଭାଗ ଗତ ୪ ଜୁଲାଇ ରେ ପ୍ରଥମ ଟ୍ରାକର ପୋଲ ସ୍ଥାନାନ୍ତରଣ କାମ ବଡି ଭୋର ୪ ଟା ବେଳୁ ଆରମ୍ଭ କରିବାରୁ ପାନୀୟ ଜଳ ଯୋଗାଣ ବିଭାଗ ଜଳ ଯୋଗାଣ ପାଇପ ସ୍ଥାନାନ୍ତର କରି ପାରିଲେ ନାହିଁ । କିମ୍ବା ସୁରକ୍ଷାରେ ରଖି ପାରିଲେ ନାହିଁ । ଫଳରେ ବଡ ବଡ ଭାରିଯାନ, କ୍ରେନ ସବୁ ଆସି ଏ ପୋଲ ସ୍ଥାନାନ୍ତର କାର୍ଯ୍ୟ କରିବାରୁ ସେଥିରେ ଦଳି ଚକଟି ହୋଇ ପାନୀୟ ଜଳ ଯୋଗାଣ ଜିଆଇ ପାଇପ ସବୁ ଛିନ୍ନଭିନ୍ନ ହୋଇଗଲା । ଆଉ ୪ ଜୁଲାଇ ସକାଳୁ ଆଜି ପର୍ଯ୍ୟନ୍ତ ୫ ଦିନ ହେଲା ସର୍ଗିଗୁଡା, ନର୍ଲାରୋଡ ଓ ଡିଗିରାପଡାକୁ ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି । ବର୍ଷାଦିନେ ପାନୀୟ ଜଳ ମୁନ୍ଦିକ ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ଏବିଷୟରେ ନର୍ଲା ଆରଡବ୍ଲୁଏସଏସ ବିଭାଗର ନର୍ଲା କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ମତାମତ ନେବାରୁ ସେ କହିଲେ ରେଳବାଇ ବିଭାଗର ପୋଲକ୍ରସ କରାଯାଇଥିବା ପାନୀୟ ଜଳ ସପ୍ଲାଏ ପାଇପ ଆମେ ଘୁଞ୍ଚାଇ ପାରିଥାନ୍ତୁ । ଆଉ ରେଳବାଇ ବିଭାଗର ପୋଲ ସ୍ଥାନାନ୍ତରଣ କାର୍ଯ୍ୟ ଦୁଇ ଦିନରେ ସରିଯିବା ପରେ ଆମେ ତୁରନ୍ତ ସର୍ଗିଗୁଡାକୁ ପାନୀୟ ଜଳ ଯୋଗାଣ କରିପାରିଥାନ୍ତୁ । ହେଲେ ରେଳବାଇ ବିଭାଗ ନୋଟିସ୍ କଲା ଡେଟରେ କାମ କଲାନାହିଁ । ୧୫ ଦିନ ପୂର୍ବରୁ ନୋଟିସ କରି ପାଇପ ଘୁଞ୍ଚାଇବା ପାଇଁ କହିବାରୁ ଆମେ ଦୀର୍ଘ ୧୫ ଦିନ ଧରି ପାନୀୟ ଜଳ ଯୋଗାଣ କେମିତି ବନ୍ଦ କରିଥାନ୍ତୁ ? ଆଉ ରେଳବାଇ ବିଭାଗ ହଠାତ ୪ ଜୁଲାଇ ଭୋର ୪ ଟା ରେ କାମ ଆରମ୍ଭ କରି ୫ ତାରିଖ ରାତି ୧୧ ଟାରେ ସାରିଲା । କାମ କଲାତ କିଛି କଥା ନୁହଁ । ହେଲେ ତାର ଭାରିଯାନ ଗୁଡିକ ମଡେଇ ଜଳ ଯୋଗାଣ ପାଇପ ଗୁଡିକୁ ଛିନଛତ୍ର କରି ଦେଇଥିବାରୁ ଆମକୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ତଥାପି ଆମେ ପାଇପ ମରାମତି କାର୍ଯ୍ୟ ଜାରି ରଖିଛୁ ମଙ୍ଗଳବାର ସୁଧା ଜଳ ଯୋଗାଣ ଚାଲିବ ବୋଲି ସେ କହିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.