ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସନ୍ଧ୍ୟା ପ୍ରାୟ ୭ ଟା ବେଳେ ବଲାଙ୍ଗୀର ଖୋର୍ଦ୍ଧା ଏନଏଚ-୫୭ ର ସୋନପୁର ମନମୁଣ୍ଡା ତେଲ ନଦୀ ବ୍ରିଜ ଉପରେ ଏକ କାର ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳି ଯାଇଥିଲା। ଉକ୍ତ କାରଟି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟୁ ସୋନପୁର ଆଡ଼କୁ ଆସୁଥିବା ବେଳେ ବ୍ରିଜ ଉପରେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା। ଖବର ପାଇ ସୋନପୁର ପୋଲିସ ଓ ସୋନପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ସଟ ସାର୍କିଟ୍ ଜନିତ ଅଗ୍ନିକାଣ୍ଡ ବୋଲି ଅନୁମାନ କରାଯାଇଛି। ଗାଡ଼ିରେ ନିଆଁ ଲାଗିବା ପରେ ଚାଳକ ହଠାତ୍ ଗାଡ଼ିକୁ ଅଟକାଇ ଓହ୍ଲାଇ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗାଡ଼ିଟି କେଉଁ ଅଞ୍ଚଳର ଓ ଏହାର ମାଲିକ କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।