କାଳୀକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ପାଳନ

ଓଡ଼ିଆ ବାର୍ତ୍ତା/ ଜୟପୁର: ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ, ଜୟପୁରର କାଳୀକୃଷ୍ଣ ମନ୍ଦିର ଠାରେ ଗୁରୁପୂର୍ଣ୍ଣିମା ପାଳନ ହୋଇଯାଇଛି। ବ୍ୟାସଙ୍କ ଜନ୍ମ ତିଥିକୁ ଗୁରୁପୂର୍ଣ୍ଣିମା ଭାବରେ ପାଳନ କରାଯାଏ। ଏହି ଦିନ ଗୁରୁଙ୍କ ପ୍ରତି ଶିଷ୍ୟମାନେ ନିଜର ସେବା, ସମର୍ପଣ, ଶ୍ରଦ୍ଧା, ଭକ୍ତିର ଭାବ ଧାରାକୁ ଉଜ୍ଜିବିତ କରିବାର ସୁଯୋଗ ପାଇଥାନ୍ତି। ଏହି ଅବସରରେ କାଳୀକୃଷ୍ଣ ସଂଘ ପରିଚାଳକ ଗୁରୁଜୀ ଜଗଦାନନ୍ଦଜୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କ ଗବେଷଣା ଲବ୍ଧ ଜ୍ଞାନ, ତାତ୍ତ୍ବିକ ପ୍ରବଚନ, ପରୋପକାର, ସମାଜସେବା, ତ୍ୟାଗ, ସମର୍ପଣ, ସମଦର୍ଶିତା, ଦିବ୍ୟତାକୁ ଅନୁଭବ କରି ଡ଼. ସ୍ବାମୀ ପ୍ରକାଶନନ୍ଦଜୀ ମହାରାଜ, ଋଷିକେଶ ଶ୍ରୀ ଜଗଦାନନ୍ଦଜୀଙ୍କୁ “ସ୍ବାମୀ ଓ ସରସ୍ଵତୀ” ଉପାଧିରେ ଭୂଷିତ କରିଥିଲେ। ଡ. ସ୍ବାମୀ ପ୍ରକାଶନନ୍ଦଜୀଙ୍କ ପ୍ରଦତ୍ତ ଉପାଧିକୁ ବନ୍ଦନୀୟା ଗୁରୁ ମାତା ସରୋଜିନୀ ଦେବୀ ଘୋଷଣା କରିବା ସହିତ ଜଗଦାନନ୍ଦଜୀଙ୍କୁ ଉପଢ଼ୌକନ ଓ ସମ୍ବର୍ଦ୍ଧନା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଜଗଦାନନ୍ଦଜୀ ଉପସ୍ଥିତ ଶିଷ୍ୟଶିଷ୍ୟାମାନଙ୍କୁ ଉତ୍ତମ ଚରିତ୍ରବାନ ହୋଇ ବ୍ୟକ୍ତିତ୍ଵ ନିର୍ମାଣ କରିବା ସହ ସମାଜସେବାରେ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ ସମସ୍ତଙ୍କୁ ଶୁଭାଶିର୍ବାଦ ପ୍ରଦାନ କରିଥିଲେ।

ଶ୍ରୀଗୁରୁ କାଳୀକୃଷ୍ଣଙ୍କ ଦିବ୍ୟ ମହିମା ବିଷୟରେ ଶିଷ୍ୟଶିଷ୍ୟାମାନେ କହିଥିଲେ। ସମସ୍ତେ ଗୁରୁଜୀଙ୍କ ଦର୍ଶନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମକୁ ଅର୍ଜୁନ ପଟ୍ଟନାୟକ, ଶ୍ରୀ ଗିରିଜାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ପି ସାଇ ଲକ୍ଷ୍ମୀ ପରିଚାଳନା କରିଥିବାବେଳେ ଜୟପୁରର ଭାଇଭଉଣୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର, ଜୟପୁର,  କୋରାପୁଟ, ନବରଙ୍ଗପୁର କଳାହାଣ୍ଡି ଜିଲ୍ଲାର ଶତାଧିକ ଶିଷ୍ୟ ଶିକ୍ଷ୍ୟା, ଶୁଭେଚ୍ଛୁ ଉପସ୍ଥିତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.