ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ଅକ୍ଷୟ କୁମାର ଗୋଛାୟତଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଚେତନତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ବିପିଏମ୍ ସବୀର ପଧାନ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ବିଏସଏସଓ ପ୍ରଦୀପ ବେହେରା, ଅଧ୍ୟାପିକା ସଂଘାମିତ୍ରା ପଣ୍ଡା, ଶିକ୍ଷାବିତ ନବୀନ କିଶୋର ଦାସ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେବାସହ ଏନଫୋର୍ସ ଟିମ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ପ୍ରଭୃତିରେ ବୈଠକ କରି ଟବାକୋ ଫ୍ରୀ ପାଇଁ ପଦକ୍ଷେପ ନେବେ।
ଦିନକୁ ଦିନ ଯୁବ ପିଢିଙ୍କ ମଧ୍ୟରେ ଟବାକୋ ନିର୍ମିତ ନିଶାଦ୍ରବ୍ୟର ସେବନ ବହୁଳ ମାତ୍ରାରେ ହେଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ଯ ସରକାରଙ୍କ ପ୍ରୟାସ ବୋଲି ଡ଼ ଗୋଛାୟତ ତାଙ୍କ ବକ୍ତବ୍ୟରେ କହିବା ସହ ଏଥିପ୍ରତି ସମସ୍ତଙ୍କ ପ୍ରୟାସ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମ ଶେଷରେ ବିପିଏମ ସବୀର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।