ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅବସର ପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ଗୁଣ ସାଗର ପଣ୍ଡାଙ୍କ ବିୟୋଗରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ମନମୁଣ୍ଡା ଶୈବ ପୀଠ ଠାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।
ପତଞ୍ଜଳି ଯୋଗ ସମିତିର ସଭାପତି ଗୋପାଳ ନେଗୀଙ୍କ ସଭାପତିତ୍ବରେ ପାର୍କ ଠାରେ ଅନୁଷ୍ଠିତ ଶୋକ ସଭାରେ ଓ ସ୍ୱଚ୍ଛ ଭାରତ ସଭାପତି ସାୟଦ ଅଲିମୂଲ୍ ଇସଲାମଙ୍କ ସଭାପତିତ୍ବରେ ମନମୁଣ୍ଡା ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ସ୍ୱର୍ଗୀୟ ପଣ୍ଡିତ ତଥା ଆଦର୍ଶ ଶିକ୍ଷକ ଗୁଣ ସାଗରଙ୍କ ଗୁଣ ଗାନ କରାଯାଇଥିଲା। ଜ୍ୟୋତିର୍ବିଦ୍ୟା ଶାସ୍ତ୍ରରେ ଓ ଶିକ୍ଷକତାରେ ଶ୍ରୀ ପଣ୍ଡାଙ୍କ ଖୁବ୍ ପାରଦର୍ଶିତା ଥିବାରୁ ତାଙ୍କୁ ଅନେକ ଉପାଧିରେ କୋଶଳ ପଣ୍ତିତ ମହାସଭାରେ ଭୂଷିତ କରଯାଇଥିଲା ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ।
ସେ ଜଣେ ଭଦ୍ର ନମ୍ର ସରଳ ଉଦାର ଓ ଜ୍ଞାନୀ ଗୁଣୀ ବ୍ୟକ୍ତି ଥିବାରୁ ଶ୍ରୀ ଗୁଣ ସାଗରଙ୍କ ଗୁଣ ଜ୍ଞାନକୁ ସାଗର ସହିତ ତୁଳନା କରି ତାଙ୍କ ନାଁ’କୁ ସାର୍ଥକ କରିଥିଲେ ବୋଲି ମତ ରଖିଥିଲେ। ସଭାକୁ ମନୋରଞ୍ଜନ ତ୍ରୀପାଠୀ ଓ ରବୀନ୍ଦ୍ର ଜେନା ସଂଯୋଜନା କରିଥିବା ବେଳେ ଉଭୟ ସଭାରେ ଉଭୟ ସଂଗଠନର ସମସ୍ତ ସଭ୍ୟ ଯୋଗ ଦେଇ ସାମୁହିକ ଭାବରେ ତିନି ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ।