ଗଣେଶ ପୂଜା କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ୪ ଆହତ, ୩ଟି ପୃଥକ ପୃଥକ ମାମଲା ରୁଜୁ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଗଣେଶ ପୂଜା କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି l ଏ ଭଳି ଘଟଣା ଦେଖିବାକୁ ମିଳୁଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି କୁଡାସିଙ୍ଗା ଗାଁରେ l ଏହି ଗୋଷ୍ଠୀ ସଂଘର୍ଷରେ ୪ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୩ଟି ପୃଥକ, ପୃଥକ ମାମଲା ରୁଜୁ ହୋଇଥିବା ବେଳେ ଆହତମାନେ ପାଟଣାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହୋଇଥିବା ଜଣାପଡିଛି l ଆହତମାନେ ହେଲେ ସୁଜ୍ଞାନୀ ବାଗ (୨୨), ରାଜ କୁମାରୀ ବୁଡ଼େକ (୪୦), ସନମତ ମହାକୁର (୫୪), ବିକାଶ ବୁଡ଼େକ (୧୯) ଓ ଅନ୍ୟ କିଛି ବ୍ୟକ୍ତି ବୋଲି ଜଣାପଡିଛି l ପ୍ରକାଶ ଯେ, କୁଡାସିଙ୍ଗା ଗାଁର ଏକ କ୍ଳବ ଗୃହରେ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି ଗଣେଶ ପୂଜା ଚାଲିଥିଲା l କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଗଣେଶ ପୂଜା ଅଲଗା କରିବା ପ୍ରସ୍ତାବ ଦେଇଥିଲେ l ଏଥିରେ ଭୋଜରାଜ ରାଜପଲିଆ ଓ ସାଥି ରାଜି ହୋଇ ନ ଥିଲେ l

ଭୋଜରାଜ ତାଙ୍କ ସାଥିଙ୍କ ସହ କିରାନା ଦୋକାନକୁ କୋଲଡ୍ରିଙ୍କ୍ସ ପିଇବା ପାଇଁ ଯାଇଥିବା ବେଳେ ଗାଁର ପିତାମ୍ବର ବାଗ ତାଙ୍କ ସାଥି ମିଶି ମାଡ଼ପିଟ କରିଥିଲେ l ଏଥିରେ ସୁଜ୍ଞାନୀ ବାଗ ଛଡାଇଵାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବା ଯୋଗୁଁ ମୁଣ୍ଡ ଫାଟି ଯାଇଥିବା ଜଣାପଡିଛି l ଅନ୍ୟପଟେ ରାଜକୁମାରୀ ବୁଡ଼େକଙ୍କ ପୁଅ ଦ୍ୱୟଙ୍କୁ ମଧ୍ୟ ଠେଙ୍ଗାରେ ମାଡ ମାରିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ ବୋଲି ଥାନାରେ ଏତଲା ଦେଇଛନ୍ତି l ସେହିପରି ଗାଁର ଦେବାର୍ଚ୍ଚନ ବାଗ ମଧ୍ୟ ମାଡପିଟ କଲେ ବୋଲି ପାଲଟା ଟିକ୍ରାପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛି l ଉକ୍ତ ଘଟଣାକୁ ଭିତ୍ତି କରି ପୋଲିସ ୩୫, ୩୪୬ ଓ ୩୪୭/୨୪ରେ ପୃଥକ ପୃଥକ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର ତଦନ୍ତ ଆରମ୍ଭ କରିବା ସହ ଗଣେଶ ପୂଜାକୁ କେନ୍ଦ୍ର କରି ମାଡପିଟ ହୋଇଥିବା ପ୍ରକାଶ କରିଛନ୍ତି l ଅନ୍ୟପକ୍ଷରେ ଯଦି ପୋଲିସ ଏ ଦିଗରେ କୋୖଣସି ପଦକ୍ଷେପ ଗ୍ରହଣ ନ କରେ ତେବେ ବଲାଙ୍ଗୀର ଏସ.ପି.ଙ୍କ ଦ୍ୱାରସ୍ଥ ହେବୁ ବୋଲି ରାଜକୁମାରୀ ବୁଡ଼େକ ଓ ଭୋଜରାଜ ରାଜପଲିଆ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.