କାଉଗୁଡ଼ା ବିଦ୍ୟାଳୟରୁ ଛାତ୍ର ଫେରାର: ରାସ୍ତାରୁ ଉଦ୍ଧାର କରି ପୁଲିସକୁ ଜିମା ଦେଲେ କିଡିଙ୍ଗ ଗାଁର ଯୁବଗୋଷ୍ଠୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାର ଉଚ୍ଚ ଶିକ୍ଷା ପାଇଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ପାଇଁ ମାଗଣାରେ ସବୁ ଯୋଗାଉଛନ୍ତି। ତେବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ଆବାସିକ ବିଦ୍ୟାଳୟର ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ଉତ୍ତମ ଖାଦ୍ୟ, ସ୍ବାସ୍ଥ୍ୟସେବା ଓ ସୁରକ୍ଷା ଦାୟିତ୍ବ ଦେଇ ଉନ୍ନତ ମାନର ଶିକ୍ଷାଦାନ ଦେବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରିଛନ୍ତି ସରକାର। କିନ୍ତୁ ଏଥିପ୍ରତି ସ୍କୁଲ କର୍ତୃପକ୍ଷ ଦୃଷ୍ଟି ଦେଉନଥିବା ଓ ଦାୟିତ୍ଵ ହିନତା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଆବାସିକ ବିଦ୍ୟାଳୟ ମାନଙ୍କରେ ନିମ୍ନ ମାନର ଖାଦ୍ୟ ଦେବା ଅଭିଯୋଗ ମଧ୍ୟ ଆସିଥାଏ। ତେବେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଛାତ୍ରଛାତ୍ରୀ ମାନେ ଆବାସିକ ବିଦ୍ୟାଳୟ ଛାଡ଼ି ଯାଉଥିବା ଦେଖିବାକୁ ମିଳିଥାଏ। ରବିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡରୋଡ଼ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ କାଉଗୁଡ଼ା ଠାରେ। ରବିବାର ୪ଘଣ୍ଟା ସମୟରେ କିଡିଙ୍ଗ ଛକରେ ଗାଁର ଯୁବକମାନେ ଏକ ୫ ବର୍ଷର ଶିଶୁକୁ ୬ନମ୍ବର ରାଜ୍ୟ ରାଜପଥ ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା କିଡିଙ୍ଗ ଛକରେ ଅସହାୟ ଅବସ୍ଥାରେ ଏକୁଟିଆ ପିଲାଟି ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ସିକେରକୁପା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଶିଶୁକୁ ଉଦ୍ଧାର କରି ପଚରାଉଚରା କରିବା ପରେ ଜାଣିବାକୁ ପାଇଥିଲେ ଯେ ସେହି ଶିଶୁଟି କାଉଗୁଡ଼ା ଆବାସିକ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ବୋଲି।

Omkar Vasthu
Omkar Vasthu

ତେବେ ପୋଲିସ ଶିଶୁର ପରିଚୟ ମିଳିବା ପରେ ସେହି ଛାତ୍ରକୁ ବିଦ୍ୟାଳୟକୁ ଆଣିକି ଆସିଥିଲେ। ହେଲେ ପରିତାପର ବିଷୟ ଯେ କେହି ଜଣେ ମଧ୍ୟ ଶିକ୍ଷକ ବିଦ୍ୟାଳୟରେ ନଥିଲେ। ଏହି ଖବର ପାଇବା ପରେ ମେସ୍ ଦାୟିତ୍ଵରେ ଥିବା ଶିକ୍ଷକ ଅଧ ଘଣ୍ଟା ପରେ ବିଦ୍ୟାଳୟରେ ପହଞ୍ଚିବା ପରେ ପୋଲିସ ଛାତ୍ରକୁ ତାଙ୍କୁ ଜିମା ଦେଇଥିଲେ। ସୁଚନାଯୋଗ୍ୟ ଏହି କାଉଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଏହା କୌଣସି ନୁଆ କଥା ନୁହେଁ। ଆଗରୁ ଏଭଳି ଅନେକ ଛାତ୍ରଛାତ୍ରୀ ନିଖୋଜ ହୋଇଥିବା ଖବର ନଜରକୁ ଆସିଛି। ଏହି ବିଦ୍ୟାଳୟରେ ଶହଶହ ଛାତ୍ରଛାତ୍ରୀ ଆବାସିକ ବିଦ୍ୟାଳୟ ହଷ୍ଟେଲ ଭିତରେ ରହୁଥିବା ବେଳେ ବିଦ୍ୟାଳୟ ଦାଇଊରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ଘରେ ଆରାମ ରହୁଥିବା ଅଭିଯୋଗ ହେଉଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଲାଞ୍ଜିଗଡରୋଡ଼ ରେଳ ଷ୍ଟେସନ ଓ ୬ନମ୍ବର ରାଜ୍ୟ ରାଜପଥ ରାସ୍ତା ଠାରେ ରାତ୍ରି ୧୦ ଘଣ୍ଟା ସମୟ ପଯ୍ୟନ୍ତ ବୁଲୁଥିବା ଦେଖିବାକୁ ମିଳିଥାଏ। ଏହାକୁ ନେଇ ବାରମ୍ବାର ପ୍ରଧାନ ଶିକ୍ଷୟିତ୍ରୀ ଓ ସ‌ହ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଦୃଷ୍ଟି ଗୋଚର କଲେ ସୁଧା ଏହି ଘଟଣାକୁ ହାଲୁକାରେ ନେଉଛନ୍ତି। ଏହି ଆବାସିକ ବିଦ୍ୟାଳୟ ଜଙ୍ଗଲ ଭିତରେ ରହୁଥିବା ବେଳେ ରାତିରେ ବୁଲୁଥିବା ସମୟରେ ଯଦି କିଛି ଅଘଟଣ ଘଟେ ତାହେଲେ ଦାୟୀ ରହିବ କିଏ। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଅଭିଭାବକ ମହଲ ଓ ସାଧାରଣରେ ଦାବିହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.