ସଇଁତଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନାରେ ସୋମବାର ନୂତନ ଥାନାଧିକାରୀ ଭାବେ ସୁଶାନ୍ତ କୁମାର ବଢ଼େଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଥାନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପାଇକମାଲ ଥାନାକୁ ବଦଳି ହୋଇଯାଇଛି। ସେ ଏହି ଥାନା ମାତ୍ର ୬ ମାସ ଧରି ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ଅଞ୍ଚଳର ସେବାରେ ନିଜକୁ ନିୟୋଜିତ କରିଥିଲେ। ବର୍ତମାନ ନୂତନ ଥାନା ଅଧିକାରୀ ଶ୍ରୀ ବଢ଼େଇ ସେ ମଧ୍ୟ ବରଗଡ ଜିଲ୍ଲା ପାଇକମାଲ ଥାନାରେ କାର୍ଯ୍ୟରତ ଥିଲେ।

Omkar Vasthu
Omkar Vasthu

ତେବେ ସେ ସଇଁତଲାରେ ଯୋଗ ଦେବାପରେ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ସଚେତନତା କରିବା ସହ ଅପରାଧିକ କାର୍ଯ୍ୟକଳାପରୁ ମୁକ୍ତ କରିବା ସହିତ ଅଞ୍ଚଳର ଲୋକଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି। ଏପରିକି ଏହି ଥାନା ଅଞ୍ଚଳରେ ନିଶା କାରବାର, ଲୁଟପାଟ, ଡ଼କାୟତି ଭଳି ଅନୁପ୍ରବେଶକାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ଏହି ଅସାମାଜିକ କାର୍ଯ୍ୟକଳାପକୁ ଦମନ କରାଯିବ ବୋଲି ଶ୍ରୀ ବଢେଇ ପ୍ରକାଶ କରିଛନ୍ତି। ସେ ଯୋଗଦାନ କରିବା ପରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.