ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଅନ୍ତର୍ଗତ ଝରବାହାଲି ଗାଁରେ ଯାଦବ ସମାଜ ଆନୁକୂଲ୍ୟରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି। କୁଞ୍ଜବିହାରୀ ବଗର୍ତ୍ତୀ, ସୁଷମା ବଗର୍ତ୍ତୀ କର୍ତ୍ତା ରହିଥିଲେ| ପୂଜକ ବିଶ୍ବରଂଜନ ଆଚାର୍ଯ୍ୟ, ଜପକ ଗଣେଶରାମ ଠାକୁରଙ୍କୁ ସୁରେଶ ଠାକୁର, ଲଳିତ ଯୋଶୀ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ| ମହୋତ୍ସବରେ ଗିରିରାଜ ଗୋବର୍ଦ୍ଧନ, ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜନ ସହ ଅନ୍ନଯଜ୍ଞ, ଗୋମାତା ପୂଜନ ଅନୁଷ୍ଠିତ ହୋଇଥିଲା| ଏହି ଅବସରରେ ଅନୁଷ୍ଠିତ ଅଷ୍ଟ ପ୍ରହର ନାମଯଜ୍ଞରେ ଦୁକାଲଘାଟ, ଦେଷଣ୍ଢ, ଝିଙ୍କିଡୁଙ୍ଗୁରି, ଲାଫେର ଗାଁର ମହିଳା ସଂକୀର୍ତ୍ତନ୍ୟ ଦଳ ଏବଂ କେନ୍ଦୁଉଡ଼ାର, ଟିକ୍ରାପଡ଼ା, ସାଇମରା, ଲାଫେର, ଝିଙ୍କିଡୁଙ୍ଗୁରି, ଝରବାହାଲି ଗାଁର ପୁରୁଷ ସଂକୀର୍ତ୍ତନ୍ୟ ଦଳ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ| ଟିଟିଲାଗଡ଼ ବିଧାୟକଙ୍କ ପ୍ରତିନିଧି ବିମଲ ଶର୍ମା, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଅତିଥି ଭାବେ ଯୋଗଦେଇଥିଲେ| ଝରବାହାଲି ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା| ପଞ୍ଚାୟତ ଯାଦବ ମହାସଭା କର୍ମକର୍ତ୍ତାଙ୍କ ସମେତ ପଞ୍ଚାୟତବାସୀ ସହଯୋଗ କରିଥିଲେ।





