ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତରେ ମଦ ବିରୋଧୀ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଏନେଇ ମହିଳା ମାନେ ଗତକାଲି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେବାରେ କୋକସରା ଅବକାରୀ ବିଭାଗ ତତ୍ପରତା ଦେଖାଇଛି। ମଙ୍ଗଳବାର ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ରଏନଗୁଡା ଗ୍ରାମରେ ଚଢ଼ାଉ କରିଥିଲେ। ଗ୍ରାମର ବିରେନ ଲହଜଲଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଟିକେଶ୍ବର ଲହଜଲଙ୍କ ଠାରୁ ମଧ୍ୟ ୧୦ ଲିଟର ମଦ ଜବତ୍ କରାଯାଇଛି। ଉଭୟଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଅବକାରୀ ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ କନେଷ୍ଟବଳ ଖୁସିଦେବ କଟା, ମହାଦେବ ମାଝୀ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।





