✍🏻 ଇନ୍ଦିରା ମିଶ୍ର
ପୁଣି ଯେ ମୌମିତ୍ରୀ କାନ୍ଦେ ରହି ରହି
ବିକଳ ଚିତ୍କାର ବୁକୁ ଫଟା ରୋଦନ ନ ପଡେ କି କର୍ଣ୍ଣେ ତୁମ?
ହେ ମାଧବ କେଉଁ ଦୋଷେ ଦଣ୍ଡିଲ ତାହାକୁ ଯେଉଁ ନାରୀ ସେବା ଦୟା ଧର୍ମ ଅବତାର ଦେବକନ୍ୟା ଆସିଥିଲା ତୁମ ମର୍ତ୍ତ୍ୟ ଭୁବନେ।
ନାରୀ ନିର୍ଯାତନା ବ୍ୟଭିଚାର ଶୋଷଣ
ପୁଣି ହେବ ଧର୍ମ ଯୁଦ୍ଧ କି ଆଉ!
କଳିଯୁଗେ କଳକୀ ଅବତାରେ।
ହେବେ କେତେ ଦୁର୍ଯ୍ୟୋଧନ ଦୁଃଶାସନ ନିହତ।
ସାକ୍ଷୀ ହେବ ସମୟ ର ରଥ ଚକ୍ର ନନ୍ଦିଘୋଷ।
ଦ୍ରୌପଦୀର ବସ୍ତ୍ର ହରଣ ଶଙ୍କା କୂଳ ଆଶଙ୍କା ସନ୍ଦେହ କିନ୍ତୁ
ଏବେ ଜଘନ୍ୟତାର ସୀମା ଟପି କାମୁକ ଲମ୍ଫଟ ସଞ୍ଜୟ କରେ ବ୍ୟାଘ୍ର ସିଂଘ ପରି ପଶୁତ୍ବର ପାଶବିକତା ନିର୍ମମ ଆକ୍ରମଣ।
ଆକ୍ରୋଶ ହିଂସା ଅବଳା ନାରୀ ପ୍ରତି ତା ଶରୀରକୁ କରି ଖଣ୍ଡ ଖଣ୍ଡ
ରକ୍ତାକ୍ତ ନିଷ୍ପେସିତ। ଏ କି ବର୍ବରତା!
ଧରିବକି ଭୀମ ରୂପ ପ୍ରଭୁ?
ତାଡି ତା’ର ଭୂଜ କରି ହୃଦ ବିଦାରଣ ଝୁଲାଇବ ମୃତ ଦେହ ଶୁଳୀରେ କି ଆଉ?
କଳକୀ ଅବତାରେ ଜୟ ଜଗନ୍ନାଥ।